fbpx

ଚନ୍ଦ୍ରପୃଷ୍ଠରେ ହେଲା ବଡ଼ ଧରଣର ଭୂମିକମ୍ପ! କେମିତି ଅଛନ୍ତି ‘ବିକ୍ରମ ଓ ପ୍ରଜ୍ଞାନ’?

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ଦିନରୁ ଜହ୍ନ ରାଇଜର ଅନେକ ତଥ୍ୟ ଦେଇ ପାରିଛି ଭାରତର ମିଶନ୍ ଚନ୍ଦ୍ରଯାନ-୩ । ଚନ୍ଦ୍ରମାର ଚାରପାଖରେ ବୁଲି ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ । ପ୍ରତ୍ୟେକ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଇସ୍ରୋ ପାଖକୁ ପଠାଇବା ସହ ଚନ୍ଦ୍ରପୃଷ୍ଠର ସମସ୍ତ ଗୋପନୀୟ ତଥ୍ୟ ହାସଲ କରିବାରେ ଲାଗିଛି ‘ମୁନ୍ ମିଶନ୍’ । ତେବେ ଏହା ଭିତରେ ଲାଣ୍ଡର ବିକ୍ରମ ଏକ ବିପଦପୂର୍ଣ୍ଣ ତଥ୍ୟ ଇସ୍ରୋକୁ ପଠାଇଛି । ଚନ୍ଦ୍ରପୃଷ୍ଠରେ ହଠାତ୍ ଏକ ହଲଚଲ ରେକର୍ଡ କରି ପ୍ରଜ୍ଞାନକୁ ପଠାଇଛି ‘ବିକ୍ରମ’ । ଯାହାକୁ ଚନ୍ଦ୍ରରେ ହୋଇଥିବା ଭୂକମ୍ପ ବୋଲି କୁହାଯାଇଛି ।

ଚନ୍ଦ୍ରମା ଦେହରେ ବିଭିନ୍ନ ପ୍ରୟୋଗ କରୁଥିବା ଲାଣ୍ଡର ବିକ୍ରମ ବର୍ତ୍ତମାନ ଏକ ପ୍ରକୃତିକ କମ୍ପନ ରେକର୍ଡ କରିଛି । ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛି ଇସ୍ରୋ । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ‘ବିକ୍ରମ ଦେହରେ କିଛି ଏଭଳି ଉପକରଣ ଖଞ୍ଜାଯାଇଛି, ଯାହା ଚନ୍ଦ୍ରମାରେ ସମସ୍ତ କମ୍ପନ ବା ହଲଚଲକୁ ରେକର୍ଡ କରିପାରିବ । ତେବେ ବୈଜ୍ଞାନିକଙ୍କ ଏହି ଉପକରଣ ଦ୍ୱାରା ଚନ୍ଦ୍ରପୃଷ୍ଠରେ ‘ସିସ୍ମିକ ଆକ୍ଟିଭିଟି’କୁ ନିଜ କ୍ୟାମେରାରେ କଏଦ କରିପାରିଛି । ତେବେ ଏହି ଉପକରଣ ବିଶେଷ କରି ରୋଭର ପ୍ରଜ୍ଞାନ ଏବଂ ଅନ୍ୟ ପେଲୋଡ ଇତ୍ୟାଦିରେ ହେଉଥିବା ଗତିବିଧିକୁ ରେକର୍ଡ କରିବାରେ ସଫଳତା ହାସଲ କରିଛି ।

ତେବେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଇସ୍ରୋ କହିଛି ଯେ, ଚନ୍ଦ୍ରରେ ଭୂକମ୍ପ କାର୍ୟ୍ୟକଳାପ ଚିହ୍ନଟ କରିବା ପାଇଁ ପଠାଯାଇଥିବା ପ୍ରଥମ ମାଇକ୍ରୋ ଇଲେକ୍ଟ୍ରୋ ମେକାନିକାଲ ସିଷ୍ଟମ (ଗଋଗଝ) ଆଧାରିତ ଯନ୍ତ୍ର, ଇନଷ୍ଟ୍ରୁମେଣ୍ଟ ଫର ଲୁନାର ସିସ୍ମିକ ଆକ୍ଟଭିଟି (ଓଖଝଇ) ଚନ୍ଦ୍ରମାରେ ରୋଭର ସମେତ ଅନ୍ୟ ପେଲୋଡରେ ମଧ୍ୟ କମ୍ପନ ରେକର୍ଡ କରିଛି । ତେବେ ଏହି ଘଟଣା ସ୍ୱାଭାବିକ ବୋଲି କହିବା ସହ ଏହାକୁ ନେଇ ବର୍ତ୍ତମାନ ଯାଞ୍ଚ କରାଯାଉଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.