fbpx

ତାଳଚେର ବିଧାୟକ କାର୍ଯ୍ୟାଳୟ ପାଖରେ ଟାଇମ ବୋମା, ଛାନଭିନ କରୁଛି ପୋଲିସ

ଭୁୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ପାଖରେ ଟାଇମ ବୋମା ଥିବା ଖବର ସାମ୍ନାକୁ ଆସିଛି । ସକାଳୁ ସକାଳୁ କର୍ମଚାରୀମାନେ ବୋମାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ବୋମାଟି ନକଲି ବୋଲିସ ବିଧାୟକ ବ୍ରଜ କିଶୋର କହିଛନ୍ତି । କେହି ଜାଣିଶୁଣି ଏପାରି କରିଛି ବୋଲି ବିଧାୟକ କହିଛନ୍ତି । ସେପଟେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ତଦନ୍ତ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିବ ।

Get real time updates directly on you device, subscribe now.