fbpx

Google map ରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସେଭ୍ ହୋଇରହୁଛି କି ? କେବଳ ୧ ମିନିଟରେ କରନ୍ତୁ ଡିଲିଟ୍‌

ଆଜିର ଯୁଗରେ, ଯେକୌଣସି ବ୍ୟକ୍ତିଙ୍କ ପାଇଁ ଡାଟା ଗୋପନୀୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ଆଜିକାଲି ବହୁଳ ପରିମାଣରେ ଡାଟା ଚୋରି ହେଉଛି । ଆପଣ ଯେଉଁଠାକୁ ଯିବାକୁ ଚାହାଁନ୍ତି ସେଠାକାର ଯଦି ରାସ୍ତା ଜାଣିନାହାନ୍ତି ତେବେ ଅଧିକାଂଶ ଲୋକେ କେବଳ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ପ୍ଲାଟଫର୍ମରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସବୁ ସେଭ ହୋଇରୁହେ । ଯେପରିକି ଆମର ଘର ଠିକଣା, ଲାଇସେନ୍ସ ପ୍ଲେଟ୍ ନଂ ଇତ୍ୟାଦି ।

ବର୍ତ୍ତମାନ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକ ନାହିଁ କାରଣ ଗୁଗୁଲ୍ ମ୍ୟାପରେ ଆପଣ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଡିଲିଟ କରିବାର ବିକଳ୍ପ ପାଇପାରିବେ । ନିମ୍ନରେ ଉଲ୍ଲେଖ କରାଯାଇଥିବା କିଛି ସହଜ ପଦକ୍ଷେପ ଅନୁସରଣ କରି ଆପଣ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ସହଜରେ ଡିଲିଟ କରିପାରିବେ ।

1: ଗୁଗୁଲ୍ ମ୍ୟାପ୍ ଆପ୍ କିମ୍ବା ୱେବସାଇଟ୍ ଖୋଲନ୍ତୁ ।
2: ମାନଚିତ୍ରରେ ଆପଣଙ୍କର ଘର ଠିକଣା ଖୋଜନ୍ତୁ କିମ୍ବା ଜୁମ୍ କରନ୍ତୁ ।
3: ଯଦି ଆପଣ ଏକ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି ତେବେ ଡାହାଣ ସାଇଡରେ କ୍ଲିକ୍ କରନ୍ତୁ ଏବଂ ଯଦି ଆପଣ ଏକ ଫୋନରେ ଆପ୍ ବ୍ୟବହାର କରୁଛନ୍ତି ତେବେ ଅଳ୍ପ ସମୟ ପାଇଁ ଦବାଇ
ରଖନ୍ତୁ ।
4: ଆପଣଙ୍କ ସାମ୍ନାରେ ଏକ ସଂଳାପ ବାକ୍ସ ଦୃଶ୍ୟମାନ ହେବ, ସେଥିରେ ‘ରିପୋର୍ଟ ଏ ପ୍ରୋବ୍ଲେମ’ ସନ୍ଧାନ କରନ୍ତୁ ।
5: ଆପଣଙ୍କ ସାମ୍ନାରେ ଏକ ନୂତନ ପୃଷ୍ଠା ଦେଖାଯିବ, ମୋ ହୋମ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ କଂଟିନ୍ୟୁ ଅପସନରେ କ୍ଲିକ୍ କରନ୍ତୁ ।
6: ଲାଲ୍ ବାକ୍ସ ସହିତ ଆପଣଙ୍କର ହୋମ୍ ଆଇକନ୍ କୁ କଭର କରନ୍ତୁ ଏବଂ ଅସ୍ପଷ୍ଟ ହେବାର କାରଣ ପ୍ରବେଶ କରନ୍ତୁ ଏବଂ ସବମିଟ ଉପରେ କ୍ଲିକ୍ କରନ୍ତୁ ।

ଲାଇସେନ୍ସ ପ୍ଲେଟ୍ ଏବଂ ବ୍ୟକ୍ତିଗତ ତଥ୍ୟକୁ କିପରି କରିବେ ଅସ୍ପଷ୍ଟ :
1:ଷ୍ଟ୍ରିଟ୍ ଭ୍ୟୁ ଇମେଜ୍ କୁ ଯାଆନ୍ତୁ ଯେଉଁଥିରେ କି ଗୁରୁତ୍ୱପୂର୍ଣ୍ଣ ସୂଚନା ଅଛି ଏବଂ ତାହାପରେ ନିମ୍ନ ଡାହାଣ କୋଣରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ ।
2: ରିପୋର୍ଟ ଏ ପ୍ରୋବ୍ଲେମ ଉପରେ କ୍ଲିକ୍ କରନ୍ତୁ, ଏହାପରେ ଗୋପନୀୟ ତଥ୍ୟ ଚୟନ କରନ୍ତୁ ଏବଂ କଂଟିନ୍ୟୁ ଉପରେ କ୍ଲିକ କରନ୍ତୁ ।
3: ଗୁଗୁଲ୍ ଆପଣଙ୍କୁ ଏକ ଷ୍ଟ୍ରିଟ୍ ଭ୍ୟୁ ଇମେଜ୍ ଦେଖାଇବ, ଆପଣ ବ୍ଲୁର୍ କରିବାକୁ ଚାହୁଁଥିବା ଲାଇସେନ୍ସ ପ୍ଲେଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ବ୍ଳର ଦ ଇମେଜ ଉପରେ କ୍ଲିକ୍ କରନ୍ତୁ ।
4: ଏହା ପରେ ଅତିରିକ୍ତ ସୂଚନା ବିଭାଗକୁ ଯାଆନ୍ତୁ ଏବଂ ଅସ୍ପଷ୍ଟ ହେବାର କାରଣ ଲେଖନ୍ତୁ ।

Get real time updates directly on you device, subscribe now.