fbpx

ଜନ୍ମ ନେଲା ଏକ ବିଚିତ୍ର ଶିଶୁ ! ଶରୀର ଦେଖିବାକୁ ସମ୍ପୂର୍ଣ୍ଣ ଧଳା, ନବଜାତର ଶବ୍ଦ ଶୁଣି ସମସ୍ତେ ଭୟଭୀତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବରେଲିରେ ଏଲିଅନ୍ ପରି ଏକ ଶିଶୁ ଜନ୍ମ ନେଇଛି । ଶିଶୁଟିର ରଙ୍ଗ ରୂପ ଦେଖିବା ପରେ ଶିଶୁର ମା’ ଏବଂ ତାଙ୍କ ପରିବାର ଲୋକ ଡରିଯାଇଛନ୍ତି । ଅନ୍ୟ ଲୋକମାନେ ଏହି ଶିଶୁକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଶିଶୁର ଶରୀର ସମ୍ପୂର୍ଣ୍ଣ ଧଳା ରଙ୍ଗର ଥିବା ବେଳେ ତାହାର ଚେହେରାର ବିଭିନ୍ନ ସ୍ଥାନରେ ଫାଟ ଥିଲା । ଆଖି ଗୁଡିକ ଆବଶ୍ୟକରୁ ଅଧିକ ବଡ ଥିଲା । ଏହି ଶିଶୁ ଜନ୍ମ ନେବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଡାକ୍ତରମାନଙ୍କ କହିବା ଅନୁସାରେ ଏହି ଶିଶୁକୁ ହାର୍ଲେକଇନ ଇଚିଥୋସିସ ରୋଗ ହୋଇଛି ।

ଏହି ଶିଶୁଟି ଜନ୍ମ ହେବା ପରେ ଅଜବ ପ୍ରକାର  ଶବ୍ଦ କରୁଛି । ଏହି ଶିଶୁ ଜନ୍ମ ହେବାର ୫ ରୁ ୭ ଦିନ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥାଏ ବୋଲି ଡାକ୍ତର କହିଛନ୍ତି । କିନ୍ତୁ ଏହି ଶିଶୁଟି ୩ ଦିନ ହେବ ଜୀବିତ ଅଛି । ସୂଚନା ଅନୁସାରେ ବରେଲି ଗାଁରେ ଜଣେ ମହିଳାଙ୍କୁ କିଛି ଦିନ ପୂର୍ବରୁ ପ୍ରସବ ପିଡା ହୋଇଥିଲା । ମହିଳାଙ୍କୁ ଅଧିକ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ଖୁସ୍ଲେକ ହସ୍ପିଟାଲ ନେଇଥିଲେ । ସେଠାରେ ମହିଳା ଜଣଙ୍କ ୩୦ ଅଗଷ୍ଟ ବିଳମ୍ବିତ ରାତିରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ପିଲାଟିକୁ ଦେଖିବା ପରେ ତାର ମା’ ଏବଂ ପରିବାର ଲୋକ ଆଶ୍ଚର୍ଯ୍ୟ ଯାଇଥିଲେ ।

ଡାକ୍ତରଙ୍କ କହିବା ଅନୁସାରେ ଶିଶୁକୁ ଯେଉଁ ରୋଗ ହୋଇଛି ତାହାକୁ ହାର୍ଲେକଇନ ଇଚିଥୋସିସ ବେବି କୁହାଯାଏ । ଏହି ଶିଶୁମାନଙ୍କର ତୈଳ ଗ୍ରନ୍ଥି ନଥିବାରୁ ତାଙ୍କର ଶରୀରରେ ଫାଟ ଦେଖାଯାଇଥାଏ । ଆଖିର ପତା ଓଲଟି ଯାଇଥିବା ଆଖି ଗୁଡିକ ବଡ ଦେଖାଯାଇଥାଏ । ଯାହାଦ୍ୱାରା ଶିଶୁଟି ଭୟାନକ ଦେଖାଯାଇଥାଏ । ୩ ଲକ୍ଷ ଶିଶୁ ମଧ୍ୟରୁ ଗୋଟିଏ ଶିଶୁ ଏହି ପରି ହୋଇଥାଏ । ଏହି ଶିଶୁ ଜନ୍ମର କିଛି ଘଣ୍ଟା ପରେ ମୃତ୍ୟୁ ମୁଖରେ ପଡିଥାଏ । କିଛି ଶିଶୁ ୭ ଦିନ ପର୍ଯ୍ୟନ୍ତ ମଧ୍ୟ ଜିବୀତ ରୁହନ୍ତି । ତେବେ ଏହି ନବଜାତ ଶିଶୁଟି ୩ ଦିନ ହେବ ଜିବୀତ ଅଛି ଯାହାଦ୍ୱାରା ଡାକ୍ତର ଏହି ଶିଶୁ ଉପରେ ରିସର୍ଚ୍ଚ କରୁଛନ୍ତି । ସୂଚନା ଅନୁସାରେ ଦୁନିଆରେ ପ୍ରାୟ ୨୫୦ ଟି କେସ ଏହି ପରି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.