fbpx

ଜ୍ୱରରେ ପୀଡିତ ହୋଇ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ସ୍ଥିର

ନୂଆଦିଲ୍ଲୀ : କଂଗ୍ରେସର ଅଧକ୍ଷ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଥିଲା । ତାଙ୍କୁ ତୁରନ୍ତ ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଡାକ୍ତଙ୍କର ଚିକିତ୍ସାରେ ଅଛନ୍ତି । ଏବେ ତାଙ୍କ ସ୍ୱାସ୍ଥ ଅବସ୍ଥା ସ୍ଥିର ଅଛି । ସୂଚନା ଅନୁସାରେ ତାଙ୍କୁ ଜ୍ୱର ହୋଇଥିଲା ।

ସୋନୀଆ ଗାନ୍ଧୀ କିଛି ଦିନ ହେବ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତ । କରୋନା ପରେ ସେ ଅନେକ ଥର ହସ୍ପିଟାଲରେ ଭର୍ତ୍ତି ହୋଇସାରିଛନ୍ତି । ଏହା ପୂର୍ବରୁ ମଧ୍ୟ ତାଙ୍କ ଚିକିତ୍ସା ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ହୋଇଥିଲା । ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ ସୋନିଆ ଗାନ୍ଧୀ ଜ୍ୱରରେ ପୀଡିତ ହେବା ପରେ ଏହି ହସ୍ପିଟାଲରେ ଚିକିତ୍ସିତ ହୋଉଥିଲେ । ଏବଂ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ ।

ଆଗକୁ ଲୋକସଭା ନିର୍ବାଚନ ଥିବାରୁ ସୋନିଆ ଗାନ୍ଧୀ ଏବେ ରାଜନିତୀରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ସେଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଛି । କିଛି ଦିନ ପୂର୍ବରୁ ମୁମ୍ବାଇରେ ହୋଇଥିବା ବିପକ୍ଷ ଦଳର ନେତାଙ୍କ ବୈଠକରେ ସୋନିଆ ଗାନ୍ଧୀ ସାମିଲ ହୋଇଥିଲେ । ଏହା ପୂର୍ବର୍ରୁ ସେ ବାଙ୍ଗାଲୋରରେ ଆୟୋଜିତ ବୈଠକରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.