fbpx

ପାରିବାରିକ କଳହର କରୁଣ ପରିଣତି : ସ୍ୱାମୀ ପରେ ସ୍ତ୍ରୀର ଆତ୍ମହତ୍ୟା

ଖୋର୍ଦ୍ଧା : ଏବେ ଆଉ ମଣିଷ ନଜର କ୍ରୋଧ ଉପରେ ଅଙ୍କୁଶ ଲଗାଇ ପାରୁନି । ରାଗର ବସବର୍ତ୍ତୀ ହୋଇ ସେ କ’ଣ ଯେ କରେ ତାହା ତାକୁ ନିଜକୁ ମଧ୍ୟ ଜଣାନଥାଏ । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସଦର ଥାନା ବଣିଆଟାଙ୍ଗି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ୱାମୀ ପରେ ସ୍ତ୍ରୀ ଆତ୍ମହତ୍ୟା କରିଛି ।

ସୂଚନା ଅନୁଯାୟୀ, ବଣିଆଟାଙ୍ଗି ଗ୍ରାମରେ ବାସ କରୁଥିବା ଦମ୍ପତିଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୁଏ । ବର୍ତ୍ତମାନ ସେହି କଳହର ଆଜି କରୁଣ ପରିଣତି ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସମୟରେ ଦମ୍ପତିଙ୍କ ମଧ୍ୟରେ କଳହ ତୀବ୍ର ହେବାରୁ ସ୍ୱାମୀ ଘରେ ନିଜକୁ ବନ୍ଦ କରି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ସ୍ୱାମୀର ଝୁଲନ୍ତା ମୃତ ଦେହ ଦେଖି ସ୍ତ୍ରୀ ମଧ୍ୟ ଚରମ ପଦକ୍ଷେପ ନେଇ ଘରେ ଲାଗିଥିବା ବିଦ୍ୟୁତ ତାର ଧରି ଆତ୍ମହତ୍ୟା କରିଛନ୍ତି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କର ମୃତ ଦେହକୁ ଉଦ୍ଧାର କରିଲା । ଏହାପରେ ଶବକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲାର ହସ୍ପିଟାଲକୁ ପଠାଇଲା । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.