fbpx

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ

ଗଞ୍ଜାମ: ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଶୋକାକୁଳ ପରିସ୍ଥିତିରେ ତାଙ୍କର ଶେଷକୃତ୍ୟ ସମାପ୍ତ ହୋଇଛି । ଆଜି ସ୍ୱର୍ଗତ ପାତ୍ରଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ୍‍ ଅନର ପ୍ରଦାନ କରାଯିବା ସହ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ତଥା ବିଧାନସଭାର ସଦସ୍ୟଗଣ ତାଙ୍କର ଶେଷ ଦର୍ଶନ କରିଥିଲେ ।

ଏହାପରେ ପାର୍ଥିବ ଶରୀରକୁ ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଂଖ ଭବନକୁ ନିଆଯାଇଥିଲା । ସେଠାରେ ଦଳୀୟ କର୍ମୀ, ନେତା ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ । ଏହାପରେ ସ୍ୱର୍ଗତ ପାତ୍ରଙ୍କ ପାର୍ଥିବ ଶରୀରକୁ ଦିଗପହଣ୍ଡିକୁ ନିଆଯାଇଥିଲା । ସେଠାରେ ସ୍ଥାନୀୟ ଜନସାଧାରଣ ତାଙ୍କୁ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Get real time updates directly on you device, subscribe now.