fbpx

ରାକ୍ଷୀ ବାନ୍ଧିବା ପରେ ଭାଇ ପଇସା ନ ଦେବାରୁ ଭାଉଜକୁ ପିଟିଲେ ନଣନ୍ଦ, ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା

ନୂଆଦିଲ୍ଲୀ: ଭାଇ ଭଉଣୀଙ୍କ ସ୍ନେହ ପ୍ରେମ ବନ୍ଧନର ପର୍ବ ହେଉଛି ରକ୍ଷା ବନ୍ଧନ । କିନ୍ତୁ ଭାଇକୁ ରାକ୍ଷୀ ବାନ୍ଧିବା ପରେ ଭଉଣୀକୁ ରାକ୍ଷୀ ପାଉଣା ନ ମିଳିବାରୁ ଏକ ଘରେ ବିବାଦ ଦେଖାଦେଇଛି । ଏହି କାରଣରୁ ନଣନ୍ଦ ମାନେ ମିଶି ଭାଉଜକୁ ପିଟିଛନ୍ତି । ମାମଲାଟି ଦିଲ୍ଲୀର ମୈଦାନଗଡି ଥାନା ଅଞ୍ଚଳର ଯେଉଁଠାରେ ରାକ୍ଷୀ ପାଉଣାକୁ ନେଇ ଝଗଡା ଆରମ୍ଭ ହୋଇଯାଇଛି ।

ଅଭିଯୋଗ ଅନୁଯାୟୀ ପୀଡିତା ମହିଳା ଯେତେବେଳେ ପୋଲିସରେ ଏହି ସୂଚନା ଦେବାକୁ ଚେଷ୍ଟା କରିଥିଲେ ଅନ୍ୟ ମହିଳା ସଂପର୍କୀୟ ମାନେ ବି ତାଙ୍କୁ ପିଟିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ମହିଳାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାମଲାର ଯାଞ୍ଚ କରୁଥିବା ପୋଲିସ ଅଧିକାରୀ କହିଛନ୍ତି, ମୈଦାନଗଡି ଅଞ୍ଚଳରେ ଜଣେ ମହିଳା ରହୁଛନ୍ତି ଓ ସେ ନର୍ସ ଭାବରେ କାମ କରନ୍ତି । ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କ ନଣନ୍ଦମାନେ ସେମାନଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଆସିଥିଲେ ।

ପ୍ରଥମେ ରାକ୍ଷୀ ବନ୍ଧନକୁ ନେଇ ଯୁକ୍ତି ତର୍କ ହୋଇଥିଲା ଓ ପରେ ନଣନ୍ଦମାନେ ୨୧-୨୧ ହଜାର ଟଙ୍କା ପାଉଣା ଭାବରେ ଦେବାକୁ ଭାଇ ପାଖରେ ଅଡି ବସିଥିଲେ । ଏହାକୁ ନେଇ ମହିଳାଙ୍କ ନଣନ୍ଦମାନଙ୍କ ସହ ବିବାଦ ଆରମ୍ଭ ହୋଇଥିଲାଚଥା ଏତେ ବଢିଯାଇଥିଲା ଓ ନଣନ୍ଦମାନେ ମିଶି ଭାଉଜକୁ ପିଟିବା ଆରମ୍ଭ କରି ଦେଇଥିଲେ ।

ଏହାପରେ ଯେତେବେଳେ ପୀଡିତା ପୋଲିସକୁ ଫୋନ କରିଥିଲେ ସେତେବେଳେ ଘରର ଅନ୍ୟ ସଂପର୍କୀୟ ମହିଳାମାନେ ବି ତାଙ୍କୁ ପିଟିବା ଆରମ୍ଭ କରିଥିଲେ । ଶେଷରେ ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Get real time updates directly on you device, subscribe now.