fbpx

ଥରେ ନିବେଶ କଲେ ପାଇବେ ୧ ଲକ୍ଷ ଟଙ୍କା ପେନସନ୍‌, ଆସନ୍ତୁ ଜାଣିବା ଏହି ଖାସ୍ ପ୍ଲାନ ବିଷୟରେ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବୀମା କମ୍ପାନୀ ଏଲଆଇସି ନିକଟରେ ସବୁ ବୟସର ବ୍ୟକ୍ତିଙ୍କ ଲାଗି ଗୋଟିଏ ନୁହେଁ ବରଂ ବହୁ ବଢିଆ ପ୍ଲାନ ମହଜୁଦ ରହିଛି । ଏଲଆଇସିର ରିଟାୟାରମେଣ୍ଟ ପ୍ଲାନ ସବୁଠାରୁ ଅଧିକ ଲୋକପ୍ରିୟ ଅଟେ ଯାହାକୁ ରିଟାୟାରମେଣ୍ଟ ପରେ ଆର୍ଥିକ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଏଲଆଇସିର ନ୍ରଉ ଜୀବନ ଶାନ୍ତି ପ୍ଲାନ ଯାହା ଏକ ସିଙ୍ଗଲ ପ୍ରିମିୟମ ପ୍ଲାନ । ଏହି ପ୍ଲାନରେ ଆପଣ ଥରେ ନିବେଶ କଲେ ପ୍ରତି ବର୍ଷ ୫୦,୦୦୦ଟଙ୍କା ପେନସନ୍ ପାଇପାରିବେ । ଆସନ୍ତୁ ଜାଣିବା ଏହି ଖାସ୍ ପ୍ଲାନ ବିଷୟରେ ।
ଥରେ ନିବେଶ କରନ୍ତୁ, ବଞ୍ଚିଥିବା ଯାଏ ପାଇବେ ପେନସନ୍‌:
ସମସ୍ତେ ଚାହାନ୍ତି ସେମାନଙ୍କ ରୋଜଗାରରୁ କିଛି ନା କିଛି ସଞ୍ଚୟ କରି ଏପରି ସ୍ଥାନରେ ନିବେଶ କରିବେ ଯେଉଁଥିରେ ଆଗାମୀ ଦିନମାନଙ୍କରେ କିମ୍ବା ଚାକିରୀରୁ ଅବସର ନେବା ପରେ ସେମାନଙ୍କୁ ଆଉ କୌଣସି ପ୍ରକାର ଆର୍ଥିକ ସମସ୍ୟାର ସମ୍ନୋ କରିବାକୁ ପଡିବ ନାହିଁ । ଆପଣ ଯଦି ଏହା ଚିନ୍ତା କରି ସଞ୍ଚୟ କରୁଛନ୍ତି କିମ୍ବା ଏହି ଲକ୍ଷ୍ୟ ପୂରଣ ଲାଗି କୌଣସି ବିଶେଷ ପ୍ଲାନର ସନ୍ଧାନରେ ଅଛନ୍ତି ତେବେ ଏଲଆଇସି ନ୍ୟୁ ଜୀବନ ଶାନ୍ତି ପଲିସି ଆପଣଙ୍କ ଲାଗି ବେଶ୍ ସହାୟକ ହେବ । ଏହି ପଲିସିରେ ଥରେ ନିବେଶ କରି ଆପଣ ଅବସର ନେବା ପରେ ବଞ୍ଚିଥିବାଳ ଯାଏ ପେନସନ ପାଇବେ ।

ଏଲଆଇସିର ଏହି ପଲିସି କରିବା ଲାଗି ବୟସ ସୀମା ୩୦ରୁ ୭୯ ବର୍ଷ ରହିଛି । ଏହି ପ୍ଲାନରେ କୌଣସି ରିକ୍ସ କଭର ନାହିଁ । କିନ୍ତୁ ଏଥିରୁ ମିଳୁଥିବା ଫାଇଦା ଏହାକୁ ଅଧିକ ଲୋକପ୍ରିୟ କରିପାରିଛି । ଏହି ଏଲଆଇସି ପ୍ଲାନକୁ କିଣିବା ଲାଗି କମ୍ପାନୀ ପକ୍ଷରୁ ଦୁଇଗୋଟି ବିକଳ୍ପ ଦିଆଯାଇଛି । ଗୋଟିଏ ହେଉଛି ଡେଫର୍ଡ ଆନ୍ୟୁଟି ଫର ସିଙ୍ଗଲ ଲାଇଫ୍ ଓ ଦ୍ୱିତୀୟଟି ହେଉଛି ଡେଫର୍ଡ ଆନ୍ୟୁଟି ଫର ଜଏଣ୍ଟ ଲାଇଫ୍ । ଆପଣ ଚାହିଁଲେ ସିଙ୍ଗଲ ପ୍ଲାନରେ ମଧ୍ୟ ନିବେଶ କରିପାରିବେ କିମ୍ବା ଜଏଣ୍ଟ ପ୍ଲାନରେ ନିବେଶ କରିପାରିବେ ।

ଏଲଆଇସିର ନ୍ୟୁ ଜୀବନ ଶାନ୍ତି ପ୍ଲାନ ଏକ ବର୍ଷିକିଆ ପ୍ଲାନ ଅଟେ । ଏହି ପଲିସି କ୍ରୟ କରିବା ସହିତ ଆପଣ ଏଥିରେ ନିଜର ପେନସନ ଲିମିଟ୍ ଫିକ୍ସ କରାଇ ପାରିବେ । ଧାର୍ଯ୍ୟ କରାଯାଇଥିବା ପେନସନ ଆପଣଙ୍କୁ ଅବସର ନେବା ପରେ ବଞ୍ଚିଥିବା ଯାଏ ମିଳିବ । ଏଥିରେ ଭଲ ସୁଧ ମିଳିଥାଏ ଓ ପ୍ଲାନ ଦୃଷ୍ଟିରୁ ଦେଖିଲେ କୌଣସି ୫୫ ବର୍ଷୀୟ ବ୍ୟକ୍ତି ଏହି ପଲିସି କ୍ରୟ କରିବା ସମୟରେ ୧୧ ଲକ୍ଷ ଟଙ୍କା ଜମା କରିଥିବ ଓ ଏହାକୁ ୫ ବର୍ଷ ଲାଗି ହୋଲ୍ଡ କରିଥିବ ତେବେ ଏହି ନିବେଶ ଉପରେ ଆପଣ ବର୍ଷକୁ ୧,୦୧,୮୮୦ ଟଙ୍କାରୁ ଅଧିକ ପେନସନ ପାଇବେ । ଅନ୍ୟ ପକ୍ଷରେ ୬ମାସ ଆଧାରରେ ମିଳିବାକୁ ଥିବା ପେନସନ ରାଶି ୪୯,୯୧୧ ଟଙ୍କା ଓ ପ୍ରତି ମାସରେ ଏହି ରାଶି ୮, ୧୪୯ ଟଙ୍କା ରହିବ ।

ତେବେ ଏଲଆଇସି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ନ୍ୟୁ ଜୀବନ ଶାନ୍ତି ପ୍ଲାନ ଲାଗି ବାର୍ଷିକ ପ୍ରିମିୟମ ହାର ବୃଦ୍ଧି କରାଯାଇଛି । ଏଲଆଇସି ୫ ଜାନୁୟାରୀ ୨୦୨୩ରେ ଏହି ଆନ୍ୟୁଟି ରେଟ୍ ବୃଦ୍ଧି କରିଛି । ଏହି ଯୋଜନାରେ କେହି ବି ନିବେଶ କରିପାରିବେ । ସବୁଠାରୁ ବଡ କଥା ହେଉଛି ଆପଣ ଏହି ପ୍ଲାନକୁ କେବେ ବି ସରେଣ୍ଡର କରିପାରିବେ ଓ ଏଥିରେ ୧.୫ ଲକ୍ଷ ଟଙ୍କା ନ୍ୟୁନତମ ରାଶି ନିବେଶ କରିପାରିବେ । ଏଥିଲାଗି କୌଣସି ସର୍ବାଧିକ ନିବେଶ ରାଶି ଧାର୍ଯ୍ୟ କରାଯାଇନାହିଁ । ଯଦି ଏହି ଅବଧି ମଧ୍ୟରେ ପଲିସିଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଖାତାରେ ପୁରା ଜମା ରାଶି ନୋମିନୀ

Get real time updates directly on you device, subscribe now.