fbpx

IIT ଯୋଧପୁରର ବୈଜ୍ଞାନିକମାନେ ବିକଶିତ କଲେ ଏକ ‘CODE’ ଡିଭାଇସ: ବିଷାକ୍ତ ବାୟୁ ହୋଇପାରିବ ୯୯.୯୯ ପ୍ରତିଶତ ଶୁଦ୍ଧ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାନ ଯଥେଷ୍ଟ ଅଗ୍ରଗତି କରିବା ସହ ବୈଜ୍ଞାନିକମାନେ ନୂଆ ନୂଆ ମାନବ ଉପଯୋଗୀ ଜିନିଷ ପ୍ରସ୍ତୁତ କରୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ‘କୋଡ’ ଡିଭାଇସ ବିକଶିତ କରିଛନ୍ତି । ହସ୍ପିଟାଲମାନଙ୍କରେ ହେଉଥିବା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଏହି ଡିଭାଇସ୍ ବେଶ୍ ସହାୟକ ହୋଇ ପାରିବ । ଏହା ଘର ଭିତରର ବାୟୁକୁ ୯୯.୯୯ ପ୍ରତିଶତ ଶୁଦ୍ଧ କରିପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ତେବେ ଏହି ଡିଭାଇସକୁ ଘର, ସାର୍ବଜନିକ ସ୍ଥାନ, ସ୍କୁଲ, କଲେଜ, ବଡ଼ ବଡ଼ ଶପିଂ ମଲ, ଟ୍ୟାକ୍ସି, ଟ୍ରେନ, ସିନେମା ହଲ ଆଦିରେ ବ୍ୟବହାର କରିହେବ । ଏହା ଏକ ପ୍ରକାରର ଏୟାର ପ୍ୟୁରିଫାୟାର ଭଳି କାମ କରିବ, ଯାହାକି ବାୟୁରେ ରହିଥିବା ୯୯.୯୯ ପ୍ରତିଶତ ହାନିକାରକ ତଥା ବିଷାକ୍ତ ଜୀବାଣୁକୁ ନିଷ୍କ୍ରିୟ କରିବାରେ ସକ୍ଷମ ହେବ । ପାଖାପାଖି ୩ ବର୍ଷ ଧରି ଗବେଷଣା କରିବା ପରେ ଆଇଆଇଟି ନିଜର ଷ୍ଟାଟଅପ୍ କମ୍ପାନୀ ଜରିଆରେ ଏହାକୁ ଲଞ୍ଚ କରିଛି ।

ଖୁବଶୀଘ୍ର ଏହାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହୋଇଯିବ । ଘର ଭିତରର ପରିବେଶକୁ କିପରି ଶୁଦ୍ଧ ରଖାଯାଇ ପାରିବ ସେନେଇ ଆଇଆଇଟିର ବୈଜ୍ଞାନିକମାନେ କୋଭିଡ୍ ସମୟରୁ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଏହି ଟେକନିକର ଉପଯୋଗ କରି ଇନଡୋର ସ୍ଥାନରେ ଗୁଣବତ୍ତା ତଥା ଶୁଦ୍ଧ ବାୟୁ ପାଇ ହେବ । ପୁରୁଣା ରୋଗର ଆଶଙ୍କା ବୃଦ୍ଧି କରୁଥିବା ୫ଟି କାରଣରୁ ମଧ୍ୟରୁ ଗୋଟିଏ ହେଉଛି ବାୟୁ ପ୍ରଦୂଷଣ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ଆମେମାନେ ଭୋଜନ ଅପେକ୍ଷା ବାୟୁରୁ ଆଠଗୁଣ ଅମ୍ଲଜାନ ଗ୍ରହଣ କରୁଥିବା ବେଳେ ଜଳରୁ ୪ ଗୁଣ ଅଧିକ ଅମ୍ଲଜାନ ଗ୍ରହଣ କରିଥାଉ । ଇନଡୋର ସ୍ଥାନମାନଙ୍କରେ ଥିବା ଅମ୍ଲଜାନ ବାହାର ବାୟୁର ଅମ୍ଲଜାନ ଅପକ୍ଷୋ ୨-୫ ଗୁଣ ଅଧିକ ପ୍ରଦୂଷିତ ହୋଇଥାଏ ।

Get real time updates directly on you device, subscribe now.