fbpx

ବାସ୍ତବରେ ‘ଇଣ୍ଡିଆ’ର ନାମ ‘ଭାରତ’ ହୋଇ ପାରିବ ନା ନାହିଁ: ଅନ୍ତର୍ଜାତୀୟ ସ୍ତରରେ ଏହା କ’ଣ ଭୁଲ୍, ଆସିଲା ମିଳିତ ଜାତିସଂଘର ବୟାନ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ‘ଇଣ୍ଡିଆ’ ବନାମ ‘ଭାରତ’କୁ ନେଇ ବିବାଦ ଜାରି ରହିଛି । ସେପ୍ଟେମ୍ବର ୯-୧୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରକୁ ନେଇ ଏହି ବିବାଦର ସୂତ୍ରପାତ ହୋଇଥିଲା । ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଲେଖାଯାଇଥିଲା ।

ତେଣୁ ଆସନ୍ତା ୧୮-୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ଅବସରରେ କେନ୍ଦ୍ର ସରକାର ଏନେଇ ଏକ ବିଲ୍ ଆଣିବେ ଓ ୨୦୨୪ ପୂର୍ବରୁ ମୋଦୀ ସରକାର ‘ଇଣ୍ଡିଆ’ ଶବ୍ଦକୁ ହଟାଇ ‘ଭାରତ’ କରିଦେବେ ବୋଲି ବିରୋଧୀ ପକ୍ଷରୁ କୁହାଯାଇଥିଲା । ସେହିପରି ୨୦ତମ ଆସିଆନ-ଭାରତ ସମ୍ମିଳନୀ ଓ ୧୮ତମ ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ଗସ୍ତ କରିବା ଅବସରରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୋସିଆଲ ମିଡ଼ିଆରେ ‘ଏକ୍ସ’ରେ ‘ପ୍ରାଇମ୍ ମିନିଷ୍ଟର ଅଫ୍ ଭାରତ’ ଲେଖି ଏକ ପୋଷ୍ଟ କରିଥିଲେ । ତାହାକୁ ନେଇ ମଧ୍ୟ କଂଗ୍ରେସ ସମାଲୋଚନା କରିଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ସତରେ କ’ଣ ‘ଇଣ୍ଡିଆ’ ଶବ୍ଦ ‘ଭାରତ’ ହୋଇ ପାରିବ? ଏହି ପ୍ରସଙ୍ଗରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଉପମୁଖପାତ୍ର ଫରହାନ ହକ କହିଛନ୍ତି, ଗତ ୨୦୨୨ରେ ତୁର୍କୀ ନିଜର ନାମ ପରିବର୍ତ୍ତନ କରି ତିର୍କିଏ କରିଥିଲା । ସେହିପରି ଭାରତର ନାମ ‘ଇଣ୍ଡିଆ’ରୁ ବଦଳାଇ ‘ଭାରତ’ କରାଯାଇପାରେ । ‘ଇଣ୍ଡିଆ’ ବଦଳରେ ‘ଭାରତ’ ନାମ ରଖିବା କିଛି ଭୁଲ୍ ହେବ ନାହିଁ । ଭାରତ ତରଫରୁ ଯଦି ଏପରି କିଛି ଅନୁରୋଧ ଆସେ, ତେବେ ତା’ ଉପରେ ବିଚାର କରାଯିବ ।

Get real time updates directly on you device, subscribe now.