fbpx

ଏଫଆଇଆରର ସବୁ ଦିଗକୁ ବିଚାର କରି ଅଦାଲତ ରାୟ ଶୁଣାଇବା ଉଚିତ: ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ କୌଣସି ଘଟଣା ଘଟିବା ପରେ ଯଦି ଏଫଆଇଆର ଦାଖଲ କରିବାରେ ବିଳମ୍ବ ହୋଇଥାଏ , ଘଟଣା ସମ୍ପର୍କରେ କୌଣସି ସଠିକ ସୂଚନା ନ ଥାଏ, କିମ୍ବା ଅଭିଯୋଗ କରିଥିବା ପକ୍ଷ ଘଟଣାକୁ ମିଛ ସତ କହି ଉପସ୍ଥାପନ କରୁଥିବ ତେବେ ଅଦାଲତକୁ ଏହି ଘଟଣା ପ୍ରତି ଧ୍ୟାନ ଦେବାକୁ ପଡିବ ଏବଂ ସତର୍କ ହେବାକୁ ପଡିବ । ଏହା ଛଡା କୋର୍ଟ ପ୍ରମାଣକୁ ଠିକ ଭାବରେ ଯାଞ୍ଚ କରିବା ଆବଶ୍ୟକ । କୋର୍ଟ ୧୯୮୯ରେ ଏକ ହତ୍ୟା ଘଟଣାରେ ଅପରାଧିକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଅପରାଧିଙ୍କୁ ମୁକ୍ତ କରାଯାଇଥିଲା ।

ଜଷ୍ଟିସ ଜେବି ପାରଦୀୱାଲ ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ବେଞ୍ଚ କହିଥିଲେ ବିଳାଶପୁର ଜିଲ୍ଲାରେ ୨୫ ଅଗଷ୍ଟ୧୯୮୯ରେ ଜଣେ ବ୍ୟକ୍ତିିଙ୍କ ହତ୍ୟା ମାମଲାରେ ଅପରାଧି ଉପରେ କେସ ଚାଲିଥିଲା । କିନ୍ତୁ ଏହି ଘଟଣାରେ ଏଫଆଇଆର ତାହାର ପର ଦିନ ଦାଖଲ ହୋଇଥିଲା ।
ବେଞ୍ଚ ୫ ସେପ୍ଟେମ୍ବରରେ ଏକ ନିଷ୍ପତିରେ କହିଥିଲେ ‘ ଯଦି ଉଚିତ ପ୍ରମାଣ ଅଭାବ ହେଉଛି ତେବେ ଅଦାଲତକୁ ସତର୍କ ରହିବାକୁ ପଡିବ । ଏହା ଛଡା ଅଭିଯୋଗକାରୀ ଘଟଣାକୁ ବଢାଇ ମିଛ କହିବା ସମ୍ଭାବନାକୁ ଦୂର କରିବା ପାଇଁ ସାକ୍ଷୀର ଠିକ ଭାବରେ ପରୀକ୍ଷା କରିବା ଆବଶ୍ୟକ । କାରଣ ଅଦାଲତ ସବୁ ବୁଝିବା ପରେ ଘଟଣା ଉପରେ ପରୀକ୍ଷା କରି ତାଙ୍କର ରାୟ ଶୁଣାଇବା ଆବଶ୍ୟକ ।

Get real time updates directly on you device, subscribe now.