fbpx

(Video) ‘AI Anchor’ କରିବେ ସ୍ୱାଗତ, ‘Ask Gita’ ରୁ ମିଳିବ ସବୁ ପ୍ରଶ୍ନର ଉତ୍ତର: ‘Digital India’ର ପରିଚୟ ଦେବ ଭାରତ

ନୂଆଦିଲ୍ଲୀ: ସପିଙ୍ଗ ମଲ ଭିତରକୁ ପଶିଲେ ଦୈନନ୍ଦିନ ବ୍ୟବହାର କରାଯାଉଥିବା ପ୍ରତ୍ୟେକଟି ଜିନିଷ ଦେଖିବାକୁ ମିଳିଯାଏ । ସେହିଭଳି ଡିଜିଟାଲ ୱାର୍ଲ୍ଡ ମଧ୍ୟ ଗୋଟିଲ କ୍ଲିକରେ ସମସ୍ତ ଆବଶ୍ୟକୀୟ ସେବା ସହ ଯୋଡ଼ି ହୋଇ ରହିଥାଏ । ତେବେ ଭାରତ ସରକାର ଏହି ଡିଜିଟାଲ ୱାର୍ଲ୍ଡ ଜରିଆରେ ଜି-୨୦ରେ ବିଶ୍ୱର ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ କରିବାକୁ ଯାଉଛନ୍ତି ।

ଜି-୨୦ ସମ୍ମିଳନୀରେ ଡିଜିଟାଲ ଇଣ୍ଡିଆ ପାଇଁ ସ୍ୱତନ୍ତ୍ର ଏକ୍ସପେରିଏନ୍ସ ହଲ୍ ପ୍ରସ୍ତୁତ କରାଯାଇଛି । ଏହି ହଲରେ ସାରା ବିଶ୍ୱରୁ ଆସିଥିବା ଅତିଥି ଡିଜିଟାଲ ୱାର୍ଲ୍ଡରେ ଭାରତର ସଫଳତାକୁ ଅନୁଭବ କରିପାରିବେ । ‘Ask Gita’ ହେଉ କି UPI… ଏହି ହଲରେ ଡିଜିଟାଲ ଇଣ୍ଡିଆର ସମ୍ପୂର୍ଣ୍ଣ ଅନୁଭବ କରିପାରିବେ ବିଦେଶର ରାଷ୍ଟ୍ରମୁଖ୍ୟ ।

ବିଦେଶରୁ ଆସୁଥିବା ଅତିଥିମାନଙ୍କ ସ୍ୱାଗତ ପାଇଁ ଜି-୨୦ ସମ୍ମିଳନୀରେ AI Anchor ଉପସ୍ଥିତ ରହିବେ । ଏକ ହଲୋବକ୍ସରେ ଏହା ଉପସ୍ଥିତ ରହିବ । ଏଥିରେ Face Recognition ମଧ୍ୟ ବ୍ୟବହାର କରାଯାଇଛି । ଏହାଦ୍ୱାରା କୌଣସି ବ୍ୟକ୍ତି ଏହି ସ୍କ୍ରିନ ସାମ୍ନାକୁ ଆସିଲେ ଆଙ୍କର ତାଙ୍କୁ ଚିହ୍ନିପାରିବେ ଏବଂ ତାଙ୍କ ଭାଷାରେ କଥା ମଧ୍ୟ ହୋଇପାରିବେ । ଭାରତର ଏହି ସଫଳତାକୁ ଜି-୨୦ ସମ୍ମିଳନୀରେ ଦେଖିବେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ।

ପ୍ରଗତି ମଇଦାନର ୪ ନମ୍ବର ହଲରେ ଜୀବନକୁ ସହଜ ଏବଂ ସୁନ୍ଦର କରୁଥିବା ସମସ୍ତ ସୁବିଧାକୁ ସୋକେସ୍ କରାଯିବ । ଏଥିରେ ସବୁଠୁ ବଡ଼ ନାଁ ହେଉଛି ‘Ask Gita’ । ଏହି AI ଜେନେରେଟେଡ ଆପ୍ ଦ୍ୱାରା ଜି-୨୦ ସମ୍ମିଳନୀରେ ଆସିଥିବା ସମସ୍ତ ଅତିଥି ନିଜର ବ୍ୟକ୍ତିଗତ ତଥା ବୃତ୍ତିଗତ ସମେତ ଅନ୍ୟାନ୍ୟ ପ୍ରଶ୍ନ ମଧ୍ୟ ପଚାରିପାରିବେ । ତେବେ ଭାଗବତ ଗୀତା ଆଧାରରେ ଏହିସବୁ ପ୍ରଶ୍ନର ଉତ୍ତର ଦେବ ‘Ask Gita’ ।

ଭାରତରେ ଜି-୨୦ ସମ୍ମିଳନୀ ଆୟୋଜନ ହେଉଥିବାରୁ ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ସାରା ବିଶ୍ୱ ପାଇଁ ହଟସ୍ପଟ ପାଲଟି ଯାଇଛି । ବିଶ୍ୱର ସର୍ବଶକ୍ତିମାନ ରାଷ୍ଟ୍ର ଏବେ ଦିଲ୍ଲୀରେ ଗୋଟିଏ ମଞ୍ଚରେ ଏକତ୍ର ହେବାକୁ ଯାଉଛନ୍ତି । ଦେଶର ସର୍ବବୃହତ୍ ଇଣ୍ଡୋର ହଲ୍ ଭାରତ ମଣ୍ଡପମ୍ ରେ ଏହି ସମ୍ମିଳନୀର ଆୟୋଜନ କରାଯାଉଛି । ଭାରତ ମଣ୍ଡପମରେ ସରକାର ଏଆଇ ଏବଂ ଡିଜିଟାଲ ୱାର୍ଲ୍ଡରେ ଭାରତର ପ୍ରଭାବକୁ ମଧ୍ୟ ଦେଖାଇବାକୁ ଚାହୁଁଛନ୍ତି । ତେଣୁ ଡିଜିଟାଲ ଇଣ୍ଡିଆ ପାଇଁ ସ୍ୱତନ୍ତ୍ର ଏକ୍ସପେରିଏନ୍ସ ହଲ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.