fbpx

ରାଇଘର ତହସିଲଦାର ସସପେଣ୍ଡ: ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ସ୍ୱଚ୍ଛ ଓ ନିରପେକ୍ଷ ଶାସନକୁ ପସନ୍ଦ କରିଥାନ୍ତି । ଭ୍ରଷ୍ଟାଚାରର ସାମାନ୍ୟ ଗନ୍ଧ ମିଳିଲେ ସେ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଏପରି ଅଭିଯୋଗ ଆଧାରରେ ପୂର୍ବରୁ ରାଜ୍ୟର ଅନେକ ପ୍ରଶାସନିକ ଅଧିକାରୀଙ୍କୁ ସସପେଣ୍ଡ, ବହିଷ୍କାର କରାଯାଇଛି । ତେବେ ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନା ମୁତାବକ, ରାଜ୍ୟର ଜଣେ ତହସିଲସିଲଦାରଙ୍କୁ ସସପେଣ୍ଡ କରାଯାଇଛି । ତହସିଲଦାର ଚିନ୍ମୟ ସାଗରଙ୍କୁ ରାଜ୍ୟ ସରକାର ସସପେଣ୍ଡ କରିଛନ୍ତି । ନବରଙ୍ଗପୁର ରାଇଘର ତହସିଲଦାର ଚିନ୍ମୟଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଝରିଗାଁ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିବା ସମୟରେ ଚିନ୍ମୟଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ହୋଇଥିଲା । ତେବେ ଉକ୍ତ ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଚିନ୍ମୟଙ୍କୁ ସସପେଣ୍ଡ କରିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଅନେକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଗତ ଜୁନ ମାସରେ ରାଜ୍ୟ ସରକାର ୧୪ ଜଣ ସରକାରୀ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ୪ ଜଣଙ୍କ ବାଧ୍ୟତାମୂଳକ ଅବସର ଦିଆଯିବା ସହିତ ୪ ଜଣଙ୍କୁ ସସପେଣ୍ଡ କରି ଦିଆଯାଇଥିଲା । ଏଥିସହି ୬ ଜଣଙ୍କ ପେନସନ୍ ବନ୍ଦ କରି ଦେଇଥିଲେ ରାଜ୍ୟ ସରକାର ।

Get real time updates directly on you device, subscribe now.