fbpx

ଗିରଫ ଓ ଅଟକ ରଖିବା ପ୍ରସଙ୍ଗରେ ପୋଲିସ ଉପରେ ଲାଗିଲା ଅଙ୍କୁଶ, ନିର୍ଦେଶ ଉଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ: ହାଇକୋର୍ଟ

କଟକ: ଭାରତୀୟ ପିଙ୍ଗଳ କୋଡ୍ ବା ଆଇପିସି ଦଫା ୪୯୮(ଏ) (ମହିଳାଙ୍କୁ ନିର୍ଯାତନା) ବା ଯୌତୁକ ନିରୋଧ ଆଇନ ଧାରା ୪ରେ ପୋଲିସ ମନମୁଖୀ ଭାବେ କାହାକୁ ଗିରଫ କରି ପାରିବ ନହାିଁ । ଗିରଫଦାରି ପୁର୍ବରୁ ଅଭିଯୋଗର ସତ୍ୟାସତ୍ୟ ଓ ମାମଲାର ସ୍ଥିତି ଯାଞ୍ଚ କରିବେ ତଦନ୍ତକାରୀ ଅଧିକାରୀ । ସେହିପରି ମାଜିଷ୍ଟ୍ରେଟ୍ ମଧ୍ୟ ଏଭଳି ମାମଲାକୁ ହାଲୁକା ଢଙ୍ଗରେ ନେଇ ଏଥିପାଇଁ ସ୍ୱୀକୃତି ଦେଇ ପାରିବେ ନାହିଁ ବୋଲି ହାଇକୋର୍ଟ ପକ୍ଷରୁ ବନିଜ୍ଞପ୍ତି ନିର୍ଦେଶନାମା ପ୍ରକାଶ ପାଇଛି ।

ଯୌତୁକ ସଂକ୍ରାନ୍ତ ଯେ କୌଣସି ଅଭିଯୋଗ ଥାନାକୁ ଆସିଲେ ଏହାର ସତ୍ୟାସତ୍ୟ ଯାଞ୍ଚ ନକରି ଅନେକ ସମୟରେ ପୁଲିସ୍ ଅଧିକାରୀ ତୁରନ୍ତ ସ୍ଵାମୀଙ୍କ ସମେତ ଶାଶୂଘରର ଲୋକଙ୍କୁ ଗିରଫ କରନ୍ତି। କେତେକ କ୍ଷେତ୍ରରେ ଯୌତୁକ ଜନିତ ନିର୍ଯାତନା ଅଭିଯୋଗ ମିଛ ବି ହୋଇଥାଏ। ଏଭଳି ସ୍ଥିତିରେ ବିନା କାରଣରେ ଅନେକ ସମୟ ରହିବାକୁ ପଡ଼େ। ସେମାନଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହୁଏ।

ସୂଚନା ଅନୁଯାୟୀ ୨୦୨୩, ଜୁଲାଇ ୩୧ରେ ସୁପ୍ରିମକୋର୍ଟ ମହମ୍ମଦ ଅସଫକ ଆଲମ ବନାମ ଝାଡ଼ଖଣ୍ଡ ରାଜ୍ୟ ମାମଲାର ଶୁଣାଣି କରି ଅର୍ଣ୍ଣେସ କୁମାର ରାୟରେ ରହିଥିବା ଅନାବଶ୍ୟକ ଗିରଫଦାରୀ ଓ ଅଟକ ସଂପର୍କିତ ନିୟମାବଳୀ ପାଳନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶାବଳୀ ଆଇପିସିର ୪୯୮(ଏ)ରେ ଯଦି କୌଣସି ଅଭିଯୋଗ ଆସେ ପୁଲିସ୍ ଏଥରେ ତୁରନ୍ତ କାହାରିକୁ ଗିରଫ କରିବ ନାହିଁ । ଯଦି ବି’ ଗିରଫ କରିବାକୁ ପୁଲିସ୍‌ ପଦକ୍ଷେପ ନିଏ ତାହେଲେ ଏହା ପୂର୍ବରୁ ସିଆରପିସି ୪୧(ଏକ)(ବି)(ଆଇଆଇ)ର ସବୁଜ ଆଧାରରେ ଏକ ଫର୍ମ ପୂରଣ କରିବ। ଏହା ସହିତ ଗିରଫଦାରୀର କାରଣ ଓ ଏଭଳି ଆବଶ୍ୟକତା ସଂପର୍କିତ ଦସ୍ତାବିଜ ସହିତ ସଂପୂର୍ଣ୍ଣ ଚେକ୍-ଲିଷ୍ଟ ଅଦାଲତରେ ଚାଲାଣ ବେଳେ ଉପସ୍ଥାପନ କରାଯିବ। ପୁଲିସ ଅଧିକାରୀ ଦାଖଲ କରିଥିବା ରିପୋର୍ଟକୁ ମାଜିଷ୍ଟ୍ରେଟ ଅନୁଧ୍ୟାନ କରିବେ। ଯଦି ଏହା ସନ୍ତୋଷଜନକ ଥାଏ ତେବେ ମାଜିଷ୍ଟ୍ରେଟ ନିଜ ସନ୍ତୁଷ୍ଟି ନେଇ ରେକର୍ଡରେ ଉଲ୍ଲେଖ କରିବା ପରେ ଅଭିଯୁକ୍ତଙ୍କୁ ଅଧିକ ସମୟ ପାଇଁ ଅଟକ ପାଇଁ ଅନୁମତି ଦେଇ ପାରିବେ।

ସେହିପରି ଅଭିଯୁକ୍ତଙ୍କୁ ଗିରଫ ନକରିବା ନିଷ୍ପତ୍ତି ମଧ୍ୟ ମାମଲା ରୁଜୁ ହେବାର ଦୁଇ ସପ୍ତାହ ମଧ୍ୟରେ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଯିବ। ମାମଲା ରୁଜୁର ଦୁଇ ସପ୍ତାହ ଭିତରେ ଅଭିଯୁକ୍ତଙ୍କୁ ସିଆରପିସି ଧାରା ୪୧-କ ଅନୁସାରେ ହାଜର ହେବା ପାଇଁ ନୋଟିସ ପ୍ରଦାନ କରାଯିବ। ଜିଲ୍ଲା ଏସପି ଉପଯୁକ୍ତ କାରଣ ଉଲ୍ଲେଖ କରି ଏହି ଅବଧି ବୃଦ୍ଧି କରି ପାରିବେ। ଏହି ନିର୍ଦ୍ଦେଶନାମା ପାଳନ କରିବାରେ ବିଫଳ ହେଲେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Get real time updates directly on you device, subscribe now.