fbpx

ଆମେରିକା ସାମ୍ବାଦିକଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ସୁଯୋଗ ଦିଆଗଲାନି, ଅଭିଯୋଗ ଲଗାଇଲା କଂଗ୍ରେସ

ନୂଆଦିଲ୍ଲୀ: ଜି-୨୦ ବୈଠକରେ ଯୋଗ ଦେବା ପାଇଁ ଆସି ଭାରତରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଆଲୋଚନା ହୋଇଥିବା ଏହି ବୈଠକରେ ଅନେକ ବିଷୟରେ ସହମତି ପ୍ରକାଶ କରିଥିଲେ । ଏବେ ଏହି ବୈଠକକୁ ନେଇ କଂଗ୍ରେସ ଅଭିଯୋଗ ଲଗାଇଛି ।

କଂଗ୍ରେସ ଅଭିଯୋଗ ଲଗାଇ କହିଛି, ବାଇଡେନଙ୍କ ଟିମ୍ କହିଛନ୍ତି ଯେ, ସରକାର ଦ୍ୱିପାକ୍ଷିକ ବୈଠକ ପରେ ଗଣମାଧ୍ୟମ ତାଙ୍କୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବାର ଅନୁମତି ଦେଲେ ନାହିଁ । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟରରେ ଲେଖିଛନ୍ତି, ‘ରାଷ୍ଟ୍ରପତି ବାଇଡେନ୍‌ଙ୍କ ଦଳ କହିଛି ଯେ ଅନେକ ଅନୁରୋଧ ସତ୍ତ୍ୱେ ଭାରତ ଗଣମାଧ୍ୟମକୁ ତାଙ୍କୁ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦ୍ୱିପାକ୍ଷିକ ବୈଠକ ପରେ ପ୍ରଶ୍ନ ପଚାରିବାକୁ ଦେଇ ନାହିଁ ।’

ସେ କହିଛନ୍ତି, ‘ରାଷ୍ଟ୍ରପତି ବାଇଡେନ୍ ବର୍ତ୍ତମାନ ସେପ୍େଟମ୍ବର ୧୧ ରେ ଭିଏତନାମରେ ତାଙ୍କ ସହ ଉପସ୍ଥିତ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବେନ୍ତେବେ ଏହା ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ । ଏହିପରି ମୋଦୀଙ୍କ ଶୈଳୀରେ ଗଣତନ୍ତ୍ର ସୃଷ୍ଟି ହୋଇଛି । ଭାରତ ଏବଂ ଦକ୍ଷିଣ ଏସିଆରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଅନେକ ବିଶ୍ୱ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । ଭାରତ ବର୍ତ୍ତମାନ ଜି -୨୦ ର ସଭାପତି ରହିଛି ।

Get real time updates directly on you device, subscribe now.