fbpx

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ : ୧୪ଟି ଜିଲ୍ଲାକୁ ଜାରି କରାଗଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : କମୁଛି ବର୍ଷାର ପରିମାଣ । ଗତ ୨୪ ଘଣ୍ଟାରେ ବର୍ଷାର ପରିମାଣ ୩.୪ ମିମି ରେକର୍ଡ କରାଯାଇଛି । ସ୍ୱଭାବିକ ବର୍ଷା ୮.୪ ମିମି ତୁଳନାରେ ବର୍ଷାର ପରିମାଣ ୬୦% କମ ରହିଛି । ମୌସୁମୀର ନିମ୍ନଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ଯଶେଲମେର ରୁ ବାହାରି ଅଜମେର, ଗୁନା, ମାଣ୍ଡଲା, ପେନ୍ଦ୍ରାରୋଡ଼, ଝାରସୁଗୁଡା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୨ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଏହି ଘୂର୍ଣ୍ଣିବଳୟଟି ଉତ୍ତରପଶ୍ଚିମ ପାଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗର କର୍ମଚାରୀ ଆଗୁଆ ଆକଳନ କରି କହିଛନ୍ତି । ଏହାର ପ୍ରଭାବରେ ୧୨ରୁ ରାଜ୍ୟର କେତେକ ସ୍ଥାନରେ ବର୍ଷାର ପରିମାଣ ବଢିପାରେ । ଏହି ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଢେଙ୍କାନାଳ, ଯାଯପୁର, କଟକ, ଅନୁଗୁଳ, ଖୋର୍ଦ୍ଧା, ବୌଦ୍ଧ, ନାୟାଗଡ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଜପତି, ନବରଙ୍ଗପୁର ଏବଂ କୋରାପୁଟ ଆଦି ସ୍ଥାନରେ ଘୂର୍ଣ୍ଣିବଳୟର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଘଡଘଡି ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭୦ମିମିରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଉଛି ।

 

 

 

Get real time updates directly on you device, subscribe now.