fbpx

ଗଣ ଦୁଷ୍କର୍ମ ପରେ ପୋଷାକ ଛଡ଼ାଇ ନେଲେ ଦୁର୍ବୁତ୍ତ : ପୀଡିତା ସାହାଯ୍ୟ ମାଗିବାରୁ ଲୋକେ ଭାବିଲେ ପାଗଳ

ଭିଲବାଡା : ରାଜସ୍ଥାନର ଭିଲବାଡାରୁ ପୁଣିଥରେ ହୃଦୟଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ଅଭିଯୁକ୍ତ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । ମହିଳାର ଶରୀରକୁ କ୍ଷତ କରିବା ସହ ତାହାର କପଡା ମଧ୍ୟ ନେଇଯାଇଛନ୍ତି । ପିଡୀତା ଯେତେବେଳେ ରାସ୍ତା ଉପରକୁ ଆସି ଚିତ୍କାର କରି କପଡାର ଭିକ ମାଗୁଥିଲେ, ସେତେବେଳେ ଲୋକେ ପିଡୀତାଙ୍କୁ ପାଗଳ ଭାବି କେହି ମଧ୍ୟ ସାହାଯ୍ୟ କରିନଥିଲେ ।

ସୂଚନା ଅନୁସାରେ, ଏହି ଘଟଣାଟି ରାଜସ୍ଥାନର ଭିଲାବାଡା ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ ଅଟେ । ଗତରାତି ଭୋଜନ କରିବା ପରେ ଜଣେ ମହିଳା ବୁଲିବା ପାଇଁ ବାହାରକୁ ଆସିଥିଲେ । ଠିକ ଏହି ସମୟରେ ୩ଜଣ ଅଭିଯୁକ୍ତ ଏକ ଜିପରେ ଆସି ମହିଳାଙ୍କୁ ଅପହରଣ କରି ନେଇଗଲେ । ଏହାପରେ ମହିଳାଙ୍କ ସହ ତିନି ଜଣ ଅଭିଯୁକ୍ତ ଦୁଷ୍କର୍ମ କରି, ସେଠାରେ ପିଡୀତାକୁ ନିଃବସ୍ତ୍ର କରି ସାଥିରେ କପଡା ନେଇ ଚାଲିଗଲେ । ପରବର୍ତ୍ତୀ ସମୟରେ ପିଡୀତା ଜଣକ ନିଃବସ୍ତ୍ର ଅବସ୍ଥାରେ ହିଁ ରାସ୍ତା ଉପରେ ଲୋକଙ୍କୁ ସାହାଯ୍ୟ ମାଗିବାରେ ଲାଗିଲେ, କିନ୍ତୁ ଏହା ଦେଖି ଲୋକେ ମହିଳାକୁ ପାଗଳ ବୋଲି ଭାବିଲେ ।

ଏହା ଦେଖି ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା, ଏହା ପରେ ଜିପର ସିଟ କଭର ଫାଡି ପିଡୀତାଙ୍କ ଶରୀରକୁ ଘୋଡାଇଲା ଏବଂ ତାଙ୍କୁ ଥାନାକୁ ନେଇଗଲା । ଥାନାରେ ପିଡୀତାଙ୍କୁ ମହିଳା କର୍ମଚାରୀଙ୍କ ବସ୍ତ୍ର ଦେଲେ । ପରବର୍ତ୍ତୀ ସମୟରେ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ । ଏହି ମାମଲାରେ ପିଡୀତା ଜଣକ ରିପୋର୍ଟ ଲେଖାଇଛନ୍ତି । ଏନେଇ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରି ସାରିଲାଣି ।

Get real time updates directly on you device, subscribe now.