fbpx

LOCରେ ପୂଜା ପାଆନ୍ତି ବର୍ଡର ରାଜା : ମୁମ୍ବାଇରୁ ପ୍ରତି ବର୍ଷ ସ୍ୱତନ୍ତ୍ର ଭାବେ ବାହାରି ଥାଏ ତାଙ୍କ ସବାରୀ…

ମୁମ୍ବାଇ : ଜନ୍ମାଷ୍ଟମୀ ପରେ ଗଣେଶ ଚତୁର୍ଥୀକୁ ଦେଶବାସୀ ଅପେକ୍ଷା କରିଛନ୍ତି । ମହାରାଷ୍ଟ୍ରରେ ଗଣେଷ ଚତୁର୍ଥୀ ଧୁମଧାମରେ ପାଳନ କରାଯାଏ । ଏବେ ଠାରୁ ମୁମ୍ବାଇରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଏହା ମଧ୍ୟରେ ଭାରତ- ପାକିସ୍ତାନର ବର୍ଡର ସ୍ଥାପିତ ହେଉଥିବା ବର୍ଡର ରାଜାଙ୍କ ସବାରୀ ମୁମ୍ବାଇରୁ ବାହାରି ସାରିଛି । ତେବେ ଗଣପତିଙ୍କର ଏହି ପ୍ରତିମା ଖୁବଶିଘ୍ର ବର୍ଡରରେ ପହଞ୍ଚିବ । ସେଠାରେ ସେନା କ୍ୟାମ୍ପରେ ପହଞ୍ଚିବା ପରେ ଏହାକୁ ଜବାନ ମାନେ ସ୍ଥାପିତ କରି ଗଣେଶ ଉତ୍ସବ ପାଳନ କରିରବେ ।

ପ୍ରତିବର୍ଷ ବର୍ଡରରେ ଗଣେଶ ପୂଜା ପାଳନ କରାଯାଏ । ଗଣେଶଙ୍କ ମୂର୍ତ୍ତି ମୁମ୍ବାଇରୁ ଅଣାଯାଇଥାଏ । ଏହି ବର୍ଷ ମଧ୍ୟ ଗଣେଷଙ୍କ ମୂର୍ତ୍ତି ମୁମ୍ବାଇରୁ କାଶ୍ମୀରକୁ ଯିବ । “ଗଣପତି ବାପ୍ପା ମୋରୀୟା”, “ଭାରତ ମାତା କୀ ଜୟ” ନାରା ସହିତ ଭଗବାନ ଗଣେଶଙ୍କ ଏହି ମୂର୍ତ୍ତି ମୁମ୍ବାଇରୁ କାଶ୍ମୀର ବଡରରେ ପହଞ୍ଚିବ ।

ଏଲଓସିରେ ୧୧ ଦିନ ପର୍ଯ୍ୟନ୍ତ ଗଣେଶ ପୂଜା ପାଳନ କରାଯାଏ । ଜଣେ ସମାଜ ସେବୀକା ପ୍ରତିବର୍ଷ ଏହି ମୂର୍ତ୍ତିକୁ ମୁମ୍ବାଇରୁ କାଶ୍ମୀର ନେଇଥାନ୍ତି । ତାଙ୍କ କହିବା ଅନୁସାରେ ଆମ ଦେଶର ରକ୍ଷା କରୁଥିବା ସୈନୀକ ମାନଙ୍କ ପାଇଁ ଆମେ କିଛି ଉତ୍ସବ ପାଳନ କରିପାରିବା । ତେବେ ଭଗବାନ ଗଣେଶଙ୍କ ଏହି ମୂର୍ତ୍ତିକୁ ଭାରତ-ପାକିସ୍ତାନର ବର୍ଡର ରାଜା ବୋଲି କୁହାଯାଏ । ଏହି ମୂର୍ତ୍ତିକୁ ଟ୍ରେନ ଦ୍ୱାରା କାଶ୍ମୀରକୁ ନିଆଯାଏ । ଏହାପରେ ସେଠାରେ ଗଣେଶଙ୍କ ପ୍ରାଣ ପ୍ରତିଷ୍ଠା ପରେ ପୂଜା କରାଯାଏ ।

Get real time updates directly on you device, subscribe now.