fbpx

ଶିଘ୍ର ବଡଲୋକ ହେବାର ନିଶା ୬ ସାଙ୍ଗଙ୍କୁ ସଜାଇଲା ଡକାୟତ, ଜାଣନ୍ତୁ କିପରି ଧରା ପଡିଲେ ପୋଲିସ ହାତରେ

ନୂଆଦିଲ୍ଲୀ : ହରୀଆନାର ସୋନୀପତରେ ପୋଲିସ ୬ ଜଣ ସାଙ୍ଗକୁ ଗିରଫ କରିଛି । ଏହି ୬ ବନ୍ଧୁ ଶିଘ୍ର ବଡ ଲୋକ ହେବାକୁ ସ୍ୱପ୍ନ ଦେଖୁଥିଲେ । ବଡଲୋକ ହେବା ନିଶା ଏମାନଙ୍କୁ ଚୋର ସଜାଇଥିଲା । କୁଣ୍ଡଲୀ ଥାନା ପୋଲିସ ଦିଲ୍ଲୀରେ ରହୁଥିବା ଏହି ୬ ଜଣ ସାଙ୍ଗକୁ ଗିରଫ କରିଛି ।

ଗତ ସପ୍ତାହରେ ଏକ ଟ୍ରକ ଚାଳକକୁ ଅପହରଣ କରାଯାଇଥିଲା । ଏହା ପରେ ଟ୍ରକରେ ଥିବା ଲକ୍ଷ ଲକ୍ଷ ଟଙ୍କାର ୱାସିଙ୍ଗ ମେସିନ ଏବଂ ଫିଜକୁ ଚୋରମାନେ ଲୁଟ କରିଥିଲେ । ତେବେ ପୋଲିସ ଏହି ଘଟଣାର ତଦନ୍ତ କରୁଥିଲା ।
ଯାହା ଫଳରେ ପୋଲିସ ଜାଣିବାକୁ ପାଇଲା ଲୁଟ କରିଥିବା ସମସ୍ତ ୬ ଜଣ ଅପରାଧି ୬ ଜଣ ବନ୍ଧୁ ।

ପ୍ରଥମେ ଟ୍ରକ ଚାଳକଙ୍କୁ ଅପହରଣ କରାଯାଇଥିଲା ପରେ ତାଙ୍କୁ ଚାଷ ଜମି ରାସ୍ତାରେ ଦିଲ୍ଲୀ ଆଣିବାକୁ ଚେଷ୍ଟା କରାଯାଉଥିଲା । ଟ୍ରକଟି ଚାଷଜମିରେ ଫଶି ଯାଇଥିଲା । ଏହା ପରେ ଚୋର ମାନେ ଫ୍ରିଜ ୱାସିଙ୍ଗ ମେସିନ ନେଇ ସେଠାରୁ ପଳାଇଥିଲେ ଏବଂ ଟ୍ରକ ଡାଇଭରକୁ ସେଠାରେ ଫିଙ୍ଗି ଦେଇଥିଲେ । ଏମାନ ସମସ୍ତଙ୍କୁ ପୋଲିସ ରିମାଣ୍ଡରେ ଆହୁରି ପଚରାଉଚରା କରିବ ।

Get real time updates directly on you device, subscribe now.