fbpx

ସୋମବାର ଆପଣାନ୍ତୁ ଏହି ଉପାୟ, ସବୁ ସମସ୍ୟାର ହେବ ସମାଧାନ: ଜୀବନରେ ସୁଖ-ଶାନ୍ତି ପାଇଁ ସୋମବାରରେ କରନ୍ତୁ ଏହି ଉପାୟ…

ସପ୍ତାହରେ ଗୋଟିଏ ଦିନ ଭଗବାନ ଶିବଙ୍କୁ ସମର୍ପଣ କରାଯାଏ । ଏହି ବାରରେ ଶିବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେହି ପରି ଯେଉଁ କନ୍ୟାମାନଙ୍କର ବିବାହରରେ ବିଳମ୍ବ ହେଉଛି କିମ୍ବା ଅନ୍ୟ କୌଣସି ସମସ୍ୟା ରହିଛି ତେବେ ସୋମବାର ଦିନ ବ୍ରତ ଏବଂ ପୂଜା କରନ୍ତୁ । ସେହି ପରି ସୋମବାର ଦିନ କିଛି ଉପୟ କରିବା ଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ ହୋଇଥାଏ । ତେବେ ଅସନ୍ତୁ ଜାଣିବା ଆଜି ସୋମବାରରେ କେଉଁ ଉପାୟ କରିବା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହେବ…

୧. ଯଦି ଅଫିସରେ ଆପଣଙ୍କ ଉପରେ ଅଧିକ କାମର ପ୍ରେସର ପଡୁଛି ଯାହା ଦ୍ୱାରା ଆପଣ ମାନସିକ ଚାପରେ ରହୁଛନ୍ତି ତେବେ ଏହି ଉପାୟ କରନ୍ତୁ । ସୋମବାର ଦିନ ନିଜ ନିତ୍ୟକର୍ମ ସାରିବା ପରେ ଅଶୋକ ଗଛର ୭ଟି ପତ୍ର ଆଣନ୍ତୁ ଏହାକୁ ସଫା ସ୍ଥାନରେ ରଖିବା ପରେ ତାହାର ପୂଜା କରନ୍ତୁ ଏହା ଶୁଖିବା ପରେ ଏହାକୁ ବର ଗଛ ମୂଳରେ ପୋତି ଦିଅନ୍ତୁ । ଏହି ଉପାୟ ଆପଣଙ୍କୁ ୭ ଦିନ ପର୍ଯ୍ୟନ୍ତ କରିବାକୁ ପଡିବ ।

୨. ଯଦି ଆପଣ ସବୁବେଳେ ଅଶାନ୍ତିରେ ରହୁଛନ୍ତି ଏବଂ ଆପଣ କୌଣସି ଚିନ୍ତାରୁ ନିଜକୁ ଦୂରେଇ ରଖବାକୁ ଚାହାନ୍ତି ତେବେ ସୋମବାର ଦିନ ଆପଣ ଜଳରେ ଲାଲ ରଙ୍ଗର ଫୁଲ ପକାଇ ଏହାକୁ ଶିବ ଲିଙ୍ଗରେ ଢାଳନ୍ତୁ, ଏବଂ ଶିବଙ୍କ ତ୍ରୟମବକଂ ମନ୍ତ୍ର ଜପ କରନ୍ତୁ ।

୩. ଯଦି ଆପଣ ନିଜ ଚାକିରିକୁ ନେଇ ଚିନ୍ତାରେ ଅଛନ୍ତି ଏବଂ ଏଥିରୁ ନିଜକୁ ମୁକ୍ତ କରିବାକୁ ଚାହୁଛନ୍ତି ତେବେ ଆପଣ ଶିବଙ୍କ ଏହି ମନ୍ତ୍ର ୧୦୮ ଥର ଜପ କରନ୍ତୁ । ମନ୍ତ୍ରଟି ହେଉଛି-“ଓଁ ସଂ ବିଶ୍ୱରୂପାୟ ଅନାଦି ଅନାମୟ ସଂ ଓଁ” । ଏହି ମନ୍ତ୍ର ଜପ କରିବା ସହିତ ଆପଣ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ ।

୪. ଯଦି ଆପଣ ସବୁବେଳେ ବିରକ୍ତିଭାବ ପ୍ରକାଶ କରୁଛନ୍ତି ତେବେ ଆପଣ ଶିବଙ୍କ ମୂର୍ତ୍ତି ସାମ୍ନାରେ ପଶ୍ଚିମ ଦିଗକୁ ମୁଁହ କରି ବସନ୍ତୁ ଏବଂ “ଓଁ ନମଃ ଶିବାୟ” ମନ୍ତ୍ରକୁ ରୁଦ୍ରାକ୍ଷ ମାଳରେ ୧୦୮ ଥର ଜପ କରନ୍ତୁ ।

୫. ଯଦି ଆପଣ ଆପଣଙ୍କ ବ୍ୟବସାୟରେ ଭଲ ଲାଭ କରିବାକୁ ଚାହାନ୍ତି କିମ୍ବା ଆର୍ଥିକ ଅଗ୍ରଗତି ଚାହାନ୍ତି ତେବେ ଆପଣ ନୂଆ ପୋଷାକ ପରିଧାନ କରି ଶିବ ମନ୍ଦିର ଯାଇ ସେଠାରେ ଭଗବାନଙ୍କର ବିଧି ଅନୁସାରେ ପୂଜା କରନ୍ତୁ । ଏଥି ପାଇଁ ଅପଣ ପ୍ରଥମେ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତୁ ଏହା ପରେ ଚିନି ଦ୍ୱାରା ଭଗବାନଙ୍କ ମୁଁହ ମିଠା କରନ୍ତୁ । ଏହା ପରେ ଫଳ ଭୋଗ ଲଗାନ୍ତୁ । ଧୂପ, ଦୀପରେ ଭଗବାନଙ୍କ ଆଳତି କରନ୍ତୁ । ଏବଂ ଶେଷରେ ହାତ ଜୋଡି ଭଗବାନଙ୍କୁ ପ୍ରଣାମ କରନ୍ତୁ ।

୬. ଯଦି ଆପଣ ସଫଳତା ପାଇବାକୁ ଚାହାନ୍ତି କିମ୍ବା ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି ତେବେ ଆପଣ ନିଜ ହାତରେ ପଞ୍ଚାବୃତ ପ୍ରସ୍ତୁତ କରନ୍ତୁ । ପଞ୍ଚାବୃତ ପ୍ରସ୍ତୁତ କରିବା ପାଇଁ ଖିର,ଦହି,ମୋହୁ,ଗଙ୍ଗାଜଳ ଏବଂ ଚିନିକୁ ଏକାଠି ମିଶାନ୍ତୁ । ଏହାକୁ ଭଗବାନ ଶିବଙ୍କୁ ଭୋଗ ଲଗାଇବା ସହିତ ନିଜର ସଫଳତା ପାଇଁ ପାର୍ଥନା କରନ୍ତୁ ।

୭. ଯଦି ଆପଣଙ୍କୁ କୌଣସି ସମସ୍ୟାର ସମାଧାନ ମିଳୁ ନାହିଁ ତେବେ ଆପଣ ତାହାର ସମାଧାନ ପାଇଁ ସୋମବାର ଦିନ ପାଣିରେ କିଛି ଖିର ମିଶାଇ ଶିବଲିଙ୍ଗରେ ଢାଳନ୍ତୁ । ଏହା ସହିତ ୧୧ ଟି ବେଲ ପତ୍ରରେ ଓଁ ଲେଖି ଶିବଲିଙ୍ଗରେ ଚଢାନ୍ତୁ । ଏହା ପରେ ଧୂପ ଦୀପ ଲଗାଇ ପୂଜା କରନ୍ତୁ ।

୮. ଯଦି ଅପରଙ୍କୁ ପାଠ ପଢାରେ କୌଣସି ସମସ୍ୟା ଅଛି ତେବେ ଆପଣ ସୋମବାର ଦିନ ସ୍ନାନ କରିବା ପରେ ଶିବ ଚାଳିଶା ପାଠ କରିବା ଆବଶ୍ୟକ । ଏହା ସହିତ ଶିବଲିଙ୍ଗ ଉପରେ ଚନ୍ଦନର ଟିକା ଲଗାନ୍ତୁ ।

୯. ଯଦି ଆପଣ ଚାହାନ୍ତି ଆପଣଙ୍କ ସନ୍ତାନ ଆପଣଙ୍କର ସବୁ କାମ କରୁ ଏବଂ ଆପଣଙ୍କ ସମ୍ପର୍କ ଭଲ ହେଉ ତେବେ ଆପଣ ଶିବ ଲିଙ୍ଗରେ ନଡିଆ ପାଣି ଅର୍ପଣ କରନ୍ତୁ ।

୧୦. ଯଦି ଆପଣ ନିଷ୍ପତି ନେବାରେ ବିଳମ୍ବ କରୁଛନ୍ତି , କିମ୍ବା କୌଣସି ସମସ୍ୟାର ସମାଧାନ ଚାହୁଁଛନ୍ତି , ଏବଂ ଆପଣଙ୍କ ସ୍ମରଣଶକ୍ତିକୁ ଦୃଢ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ସୋମବାର ଦିନ ଭଗବାନଙ୍କୁ ଗୁଜୁରାତି ଭୋଗ ଲଗାନ୍ତୁ ଏବଂ ଭଗବାନଙ୍କୁ ହାତ ଯୋଡି ପ୍ରଣାମ କରନ୍ତୁ ।

୧୧. ଯଦି ଆପଣ ଆପଣଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିବାକୁ ଚାହାନ୍ତି ତେବେ ସ୍ନାନ କରିବା ପରେ ଜଳରେ କିଛି ଖିର ଏବଂ ଚାଉଳ ମିଶାଇ ସୂର୍ଯ୍ୟ ଦେବଙ୍କ ଅର୍ପଣ କରନ୍ତୁ । ଏହା ସହିତ ସୂର୍ଯ୍ୟଙ୍କ “ଓଁ ଘୃର୍ଣ୍ଣି ସୂର୍ଯ୍ୟ: ଆଦିତ୍ୟ” ମନ୍ତ୍ରର ଜପ ୨୧ ଥର କରନ୍ତୁ ।

Get real time updates directly on you device, subscribe now.