fbpx

UIICରେ 100ରୁ ଅଧିକ ପଦବୀ ରହିଛି ଖାଲି, ୧ ଲକ୍ଷ ପର୍ଯ୍ୟନ୍ତ ମିଳିବ ଦରମା

ଭୁବନେଶ୍ୱର : ୟୁନାଇଟେଡ ଇଣ୍ଡିଆ ଇନ୍ସୋରାନ୍ସ କମ୍ପାନୀ ଲିମିଟେଡରେ ଚାକିରି ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । ଏଠାରେ ଆଡମିନିଷ୍ଟ୍ରେଟିଭ ଅଫିସର ପଦବୀ ପାଇଁ ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ କେବଳ ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ uiicର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିବାକୁ ପଡିବ । ଇଚ୍ଛୁକ ପ୍ରାର୍ଥୀ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ କରିବା ପାଇଁ uiic.co.in ଲିଙ୍କକୁ ଯାଆନ୍ତୁ ।

ପଦବୀ ବିବରଣୀ : 100
ଆକାଉଣ୍ଟସ/ଫାଇନାନ୍ସ ସ୍ପେଶାଲିଷ୍ଟ : ୨୪
ଡକ୍ଟର: ୨୦
ଲିଗାଲ ସ୍ପେଶାଲିଷ୍ଟ : ୨୫
କମ୍ପାନୀ ସେକ୍ରେଟାରୀ: ୩
ଏଗ୍ରିକଲ୍ଚର ସ୍ପେଶାଲିଷ୍ଟ : ୩
ଏକ୍ୟୁଟେରିଜ: ୩
ଇଂଜିନିୟର : ୨୨

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର 14 2023 ପର୍ଯ୍ୟନ୍ତ ରହିଛି ।

ଶିକ୍ଷାଗତ ଯୋଗ୍ୟ : B.com, ଗ୍ରାଜୁଏସନ, MBBS, B.Tech ରେ 60% ମାର୍କ ଥିବା ଆବଶ୍ୟକ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୧ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀ ୧୦୦୦ ଟଙ୍କା ଜିଏସଟି ସହିତ ଆବେଦନ କରିପାରିବେ । ସେହିପରି ଏସସି/ଏସଟି, PWD ପ୍ରାର୍ଥୀ ୨୫୦ ଟଙ୍କା ଦେଇ ଆବେଦନ କରିପାରିବେ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ହିସାବରେ ଦରମା ମିଳିବ । ତେବେ ୫୦,୯୨୫ରୁ ଆରମ୍ଭ କରି ୯୬,୭୬୫ ପର୍ଯ୍ୟନ୍ତ ଦରମା ମିଳିବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଜରିଆରେ ହେବ । କେବଳ ଡାକ୍ତର ପୋଷ୍ଟ ପାଇଁ ଇଣ୍ଟରଭ୍ୟୁ ହେବ ।

ଅଧିକ ଜାଣିବା ପାଇଁ ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ :

https://uiic.co.in/sites/default/files/uploads/recruitment/EMPLOYMENT_NOTICE_23-8-23_V2.

Get real time updates directly on you device, subscribe now.