fbpx

ଜି୨୦ ଅତିଥିଙ୍କୁ ଉପହାର ସ୍ୱରୂପ ମିଳିଛି ଏକ ପୁସ୍ତିକା, ଯେଉଁଥିରେ ରହିଛି ଭାରତର ୮୦୦୦ ବର୍ଷର ଗୌରବମୟ ଇତିହାସ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଜି ୨୦ ରାଷ୍ଟ୍ରର ସମ୍ମିଳନୀ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏହି ସମ୍ମିଳନୀ ଉପଲକ୍ଷେ ୨୦ଟି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ସହ ବହୁ ପଦାଧିକାରୀ ଭାରତ ଗସ୍ତ କରି ବିକଶିତ ଭାରତର ନୂଆ ଚିତ୍ରକୁ ଅବଲୋକନ କରିଛନ୍ତି । ଜି୨୦ ଅତିଥିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷ ପ୍ରୟାସ କରାଯାଇଥିଲା । ଭାରତର ଐତିହ୍ୟ ଓ ସଂସ୍କୃତି ସହ ବିଶ୍ୱନେତାଙ୍କୁ ପରିଚିତ କରାଇବାକୁ ଭାରତ ମଣ୍ଡପକୁ ସ୍ୱତନ୍ତ୍ର ଭାବରେ ସଜ୍ଜିତ କରାଯାଇଥିଲା । ଭାରତ ମଣ୍ଡପର କୋଣ ଅନୁକୋଣରେ ପ୍ରତିଫଳିତ ହେଉଥିଲା ମହାନ ଭାରତୀୟ ଐତିହ୍ୟ ଓ ସଂସ୍କୃତିର ଝଲକ । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଭାରତର ଗୌରବମୟ ଐତିହ୍ୟ ବିଷୟରେ ବୁଝାଇ କହିଥିଲେ । କେବଳ ଏତିକି ନୁହେଁ ଅତିଥିଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଭାରତୀୟ କଳାକୃତି ବିଶିଷ୍ଟ ସୁନ୍ଦର ସୁନ୍ଦର ସାମଗ୍ରୀ ମଧ୍ୟ ଉପହାର ଆକାରରେ ପ୍ରଦାନ କରାଯାଇଥିଲା ।

ଏହି କ୍ରମରେ ଅତିଥିଙ୍କୁ ଦିଆଯାଇଥିବା ବିଭିନ୍ନ ଉପହାର ମଧ୍ୟରେ ରହିଛି ଏକ ପୁସ୍ତିକା ଯାହାର ଶୀର୍ଷକ ରହିଛି ଭାରତ: ଦି ମଦର ଅଫ୍ ଡେମୋକ୍ରାସୀ । ଏହି ପୁସ୍ତିକାରେ ଭାରତର ୮୦୦୦ ବର୍ଷର ଗୌରବମୟ ଇତିହାସ ବିଷୟରେ ଉଲ୍ଲେଖ ରହିଛି । ଏଥିରେ କୌଣସି ମୋଗଲ, ବ୍ରିଟିଶ ଶାସକଙ୍କ ବିଷୟରେ ଉଲ୍ଲେଖ ନାହିଁ ବରଂ କେବଳ ଭାରତୀୟ ରାଜା ମହାରାଜାଙ୍କ କାହାଣୀ ଉଲ୍ଲେଖ ରହିଛି ।

 

Get real time updates directly on you device, subscribe now.