fbpx

ପତଳାପଣ ଦୂର କରିବାକୁ ଚାହୁଁଥିଲେ, ଏହି ସବୁ ଘରୋଇ ଉପଚାର କରି ଆପଣଙ୍କ ସମସ୍ୟା ସମାଧାନ କରନ୍ତୁ

ଓଡିଶା ଭାସ୍କର; ସବୁବେଳେ ହୃଷ୍ଟପୁଷ୍ଟ ଓ ସୁସ୍ଥ ରହିବା ନିହାତି ଆବଶ୍ୟକ । କାରଣ ବେଳେ ବେଳେ ଆମ ଜୀବନରେ ଅନେକ ଛୋଟ ବଡ଼ ଅନେକ ଦୁର୍ଘଟଣା ଆସିଥାଏ ଯେଉଁଥିରେ ଆମେ ଆମ ଓଜନକୁ ହରାଇବସିଥାନ୍ତି । ଯଦି ଆମ ଓଜନ ଠିକଠାକ ଥାଏ ତେବେ ଆମେ ସୁରକ୍ଷିତ ରହିଯା’ନ୍ତି । କିନ୍ତୁ ଯଦି ଆମର ଓଜନ କମ୍ ଥାଏ ଓ ଦୁର୍ଘଟଣା ଫଳରେ ଆହୁରି ଆମ ଓଜନ ହ୍ରାସ ହୋଇଯାଏ ତେବେ ଆମ ଜୀବନ ମଧ୍ୟ ଚାଲିଯାଇପାରେ ।

ଏମିତିରେ ଅନେକ ଲୋକ ନିଜର ପତଳାପଣକୁ ନେଇ ଲଜ୍ଜିତ ମନେ କରନ୍ତି । ପତଳା ହୋଇଥିବା କାରଣରୁ ଅନେକ ଯାଗାରେ ସେମାନଙ୍କ ମଜାକ ମଧ୍ୟ ଉଡ଼ାଯାଏ । ସେହିପରି ଅଧିକ ପତଳା ହୋଇଥିବାରୁ ସେମାନଙ୍କୁ ବିଭିନ୍ନ ରୋଗ ମଧ୍ୟ ମାଡି ବସିଥାଏ । ଯାହା ସେମାନଙ୍କ ପାଇଁ ଏକ ଚିନ୍ତାର ବିଷୟ । ଏପରି କ୍ଷେତ୍ରରେ ସେମାନେ ଚାହିଁଲେ ସେମାନେ ତାଙ୍କ ଓଜନ ବୃଦ୍ଧି କରି ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇପାରିବେ । ଏହି ସମସ୍ୟାର ସମାଧାନ ପାଇଁ କିଛି ସରଳ ଘରୋଇ ଉପଚାର ରହିଛି । ତେବେ ଆସନ୍ତୁ ସେହି ଉପଚାର ସମ୍ପର୍କରେ ଜାଣିବା।

ବଜାରରେ ମିଳୁଥିବା ପାଚିଲା କଦଳୀ ଆପଣଙ୍କ ଓଜନ ବଢାଇବାରେ ବେଶ ସହାୟକ ହୋଇଥାଏ । ଏଥିରେ ଫାଇବର, କାର୍ବୋହାଇଡ୍ରେଟର ଗୁଣ ରହିଥାଏ । ପ୍ରତିଦିନ ନିଜ ଡାଏଟରେ କଦଳୀକୁ ସାମିଲ କରିବା ଫଳରେ ଓଜନ ବୃଦ୍ଧି ହୋଇଥାଏ ।

ସେହିପରି ଆଲମଣ୍ଡ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ । ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା, ଏହା ଧିରେଧିରେ ଆପଣଙ୍କ ଓଜନ ବଢାଇଥାଏ ।
ଓଜନ ବଢାଇବା ପାଇଁ ପ୍ରତିଦିନ ଡାଏଟରେ ଘିଅ ସାମିଲ କରନ୍ତୁ । କାରଣ ଏଥିରେ ଅନେକ ପୋଷକ ତତ୍ୱ ଭରି ରହିଥାଏ । ଯାହା ଓଜନ ବଢାଇବାରେ ସାହାଯ୍ୟ କରେ ।

ସେହିପରି ଓଜନ ବଢାଇବାରେ ଆଳୁ ମଧ୍ୟ ସାହାଯ୍ୟ କରିଥାଏ। ଓଜନ ବୃଦ୍ଧି କରିବାକୁ ଚାହୁଁଥିଲେ, ଏଥିପାଇଁ ସବୁଦିନ ଆଳୁ ଖାଇବା ଆବଶ୍ୟକ । ଆଳୁରୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଆପଣ ତାହା ଖାଇ ପାରିବେ ।

ଓଜନ ବଢାଇବା ପାଇଁ ପ୍ରତିଦିନ ଡାଏଟରେ ଚିକେନ ସାମିଲ କରି ପାରିବେ । ଏହା ଖାଇବା ଦ୍ୱାରା ଶରୀରକୁ ଫ୍ୟାଟର ମାତ୍ରା ଅଧିକ ମିଳିଥାଏ । ଏଥିରେ ପ୍ରୋଟିନ ମଧ୍ୟ ଭରପୁର ରହିଥାଏ ।

ଓଜନ ବୃଦ୍ଧି କରିବା ଲାଗି ସଂକ୍ଷିପ୍ତରେ କିଛି ଟିପ୍ସ ଜାଣି ରଖନ୍ତୁ:

  • ପ୍ରଚୁର ପ୍ରୋଟିନ୍ ଖାଆନ୍ତୁ
  • ପୁନରାବୃତ୍ତି ଖାଆନ୍ତୁ
  • ଓଜନ ବୃଦ୍ଧି ପାଇଁ ଶକ୍ତି ଘନ ଖାଦ୍ୟ(ଡ୍ରାଏ ଫୁଡ) ଖାଆନ୍ତୁ
  • ଓଜନ ବଢାଇବା ବ୍ୟାୟାମ କରନ୍ତୁ
  • ଶୋଇବା ପୂର୍ବରୁ ସ୍ନାକ୍ସ ଖାଇବା ଆବଶ୍ୟକ
  • ଭଲସେ ନିଦରେ ଶୋଇବା ଆବଶ୍ୟକ
  • ଧୂମପାନ କରନ୍ତୁ ନାହିଁ
  • ପ୍ରତ୍ୟେକ ଦିନ କ୍ଷୀର ପିଅନ୍ତୁ
  • ଭୁଲ କାମକରି ଶକ୍ତି କ୍ଷୟ କରନ୍ତୁ ନାହିଁ

Get real time updates directly on you device, subscribe now.