ପଶୁ ମାନଙ୍କ ପାଇଁ ହେବ ଏମ୍ସ ପରି ଚିକିତ୍ସାଳୟ, ମିଳିବ ଅତ୍ୟାଧୁନିକ ସୁବିଧା

ଦିଲ୍ଲୀ: ଅଖିଳ ଭାରତୀୟ ପଶୁ ଚିକିତ୍ସା ବିଜ୍ଞାନ ସଂସ୍ଥାର ସ୍ଥାପନ ହେବା ପରେ ସେମାନେ ବିଭିନ୍ନ ପଦକ୍ଷପ ନେଉଛନ୍ତି । ଏହା ସହ ଭାରତୀୟ ପଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ଧ୍ୟାନ ଦେଉଛନ୍ତି । ଏହି ସଂସ୍ଥା ମାଧ୍ୟମରେ ପଶୁ ମାନଙ୍କ ପାଇଁ ଉନ୍ନତ ଚିକିତ୍ସା, ଶିକ୍ଷା ଏବଂ ଅନୁସନ୍ଧାନର ବ୍ୟାପକ ବିକାଶ କରାଯିବ । ଯାହା ଦ୍ୱାରା ପଶୁମାନଙ୍କ ରୋଗର ଉପଚାର ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇହେବ । ଏହି ସଂସ୍ଥା ଭାରତର କୃଷି ଏବଂ ପଶୁପାଳନ କ୍ଷେତ୍ରରେ ବିକାଶରେ ମହତ୍ୱପୂର୍ଣ୍ଣ ଯୋଗ ଦାନ କରିବ, ଏହା ଦ୍ୱାରା ପଶୁମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷାରେ ମଧ୍ୟ ସାହାଯ୍ୟ ମିଳିବ । ଏଥିରେ ପଶୁମାନଙ୍କ ଚିକିତ୍ସା ପାଇଁ ଉନ୍ନତ ଏବଂ ଅତ୍ୟାଧୁନିକ ସୁବିଧା ରହିବ । ଏଥିରେ ଅସ୍ତ୍ରୋପଚାର, ଚକ୍ଷୁଚିକିତ୍ସା,ଅର୍ଥୋପେଡିକ୍ସ, ଆନାସ୍ଥେସିଆ, ଡାଇଗ୍ନୋଷ୍ଟିକ ଭଳି ସେବା ଏଥିରେ ସାମିଲ ରହିବ । ଏହି ସଂସ୍ଥା ଭାରତରେ ପଶୁପାଳନ ସହିତ ପଶୁମାନଙ୍କ ଉପଚାର ଏବଂ ବିମା କ୍ଷେତ୍ରରେ ବି କାମ କରିବ ।

ଅଖିଳ ଭାରତୀୟ ପଶୁ ଚିକିତ୍ସା ବିଜ୍ଞାନ ସଂସ୍ଥା ନିର୍ମାଣ ହେବା ଏକ ମହତ୍ୱପୂର୍ଣ୍ଣ ପଦକ୍ଷପ । ଏହି ସଂସ୍ଥା ପଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଦ୍ୱାରା ପଶୁ ପାଳନ ସହଜ ହୋଇପାରିବ । ପଶୁମାନଙ୍କର ଉତ୍ତମ ଚିକିତ୍ସା କରିବା ପରେ ପଶୁମାନେ ଅଧିକ ଦିନ ବଞ୍ଚିବା ସହିତ ଭଲ ଉତ୍ପାଦ କରିପାରିବେ । ଏହା ଛଡା ପଶୁପାଳିଥିବା ଲୋକମାନେ ମଧ୍ୟ ପଶୁଙ୍କର ଭଲ ଧ୍ୟାନ ରଖି ପାରିବେ।