fbpx

‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କଲେ ନବୀନ: ଗର୍ଭବତୀ ଓ ପୁଷ୍ଟିହୀନ ପିଲାଙ୍କ ସ୍ୱାସ୍ଥ୍ୟର ହେବ ବିକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଗରିବ, ଆଦିବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟର ମାଆ, କିଶୋରୀ ଝିଅ ଓ ଶିଶୁଙ୍କ ପୁଷ୍ଟି ସାଧନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି ନବୀନ । ଏଥିସହିତ ମୁଖ୍ୟମନ୍ତ୍ରୀ ‘ପଡ଼ା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି ।

‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ମାଧ୍ୟମରେ ୧୫ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବ । ଏଥିସହିତ ଗର୍ଭବତୀ ମହିଳା, ପ୍ରସୂତୀ ମା’ଙ୍କୁ ଅଧିକ ଶୁଖିଲା ଖାଦ୍ୟ, ଅତିଶମ କମ୍ ଓଜନନର ପିଲା ଓ ମଧ୍ୟମ ପୁଷ୍ଟୀହୀନ ପିଲାଙ୍କୁ ଭିଟାମିନଯୁକ୍ତ ଛତୁଆ, ଅଣ୍ଡା ପ୍ରଦାନ କରାଯିବ । ଅତିଶୟ ପୁଷ୍ଟିହୀନ ପିଲାଙ୍କୁ ସମ୍ପୂର୍ଣ୍ଣ ଆହାର ପ୍ରଦାନ କରାଯିବ । ‘ପଡ଼ା ପୁଷ୍ଟି’ ଯୋଜନା ମାଧ୍ୟମରେ ଦୁର୍ଗମ, ଆଦିବାସୀ ଅଞ୍ଚଳର ପିଲାଙ୍କୁ ସେମାନଙ୍କ ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ ।

ପୁଷ୍ଟିର ଉନ୍ନତି ହେଲେ ବିକାଶର ଲକ୍ଷ୍ୟ ପୂରଣ ହୋଇ ପାରିବ । ଏହି ଯୋଜନାର ସଫଳତା ମା’ମାନଙ୍କ ଉପରେ ନିର୍ଭର କରେ । ସେଥିପାଇଁ ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ମା’ମାନଙ୍କ ଉପରେ ଗୁରୁଦାୟିତ୍ୱ ରହିଛି । ପ୍ରତ୍ୟେକ ପରିବାରକୁ କେବଳ ମା’ମାନେ ହିଁ ଉପଯୁକ୍ତ ପୁଷ୍ଟି ପ୍ରଦାନ କରିପାରିବେ । ମମତା ଯୋଜନା ମାଧ୍ୟମରେ ରାଜ୍ୟର ମହିଳା ଓ ଶିଶୁଙ୍କର ଯତ୍ନ ନିଆଯାଉଥିବା ବେଳେ ଏହା ରାଜ୍ୟକୁ ସମୃଦ୍ଧି ପଥରେ ଆଗେଇ ନେବ । ଆମ ସମସ୍ତଙ୍କର ସମ୍ମିଳିତ ଉଦ୍ୟମ ହିଁ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଓ ଉନ୍ନତ ପୁଷ୍ଟି ଯୋଗାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.