fbpx

ଇଞ୍ଜିନିୟର ଦିବସ : ବଲିଉଡର ଅନେକ କଳାକାର ପଢିଛନ୍ତି ଇଞ୍ଜିନିୟରିଂ, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ : ଆମେ କଳାକାର ମାନଙ୍କୁ ରୂପେଲି ପରଦାରେ ଦେଖି ଖୁସି ହୋଇଥାଉ । ସେମାନଙ୍କ ଅଭିନୟ ଆମକୁ ପସନ୍ଦ ଆସିଥାଏ । ଆମେ ସେମାନଙ୍କର ସବୁ କଥାକୁ ଅନୁସରଣ କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ସିନେମାରେ ଅଭିନୟ କରୁଥିବା ଅନେକ କଳାକାରମାନେ ବଲିଉଡକୁ ଆସିବା ପୂର୍ବରୁ ସେମାନେ ତାଙ୍କ କ୍ୟାରିୟର ଇଞ୍ଜିନିୟରିଂରୁ ଆରମ୍ଭ କରିଥିଲେ । ବଲିଉଡର ଅନେକ ଟପ ଆକ୍ଟର ମାନଙ୍କ ପାଖରେ ଇଞ୍ଜିନିୟରିଂ ଡିଗ୍ରି ଅଛି । ଆସନ୍ତୁ ଆଜି ଇଞ୍ଜିନିୟରିଂ ଡେ’ ରେ ଜାଣିବା ଇଞ୍ଜିନିୟର କଳାକାରମାନଙ୍କ ବିଷୟରେ ।

ନାଗାର୍ଜୁନ : ନାଗାର୍ଜୁନ ଜଣେ ଅଭିନେତା ସହ ଜଣେ ଚଳଚ୍ଚିତ୍ର ନିର୍ମାତା ମଧ୍ୟ । ସେ ଅଟୋମୋବାଇଲ ଇଞ୍ଜିନିୟରିଂ ପାଠ ପଢିଛନ୍ତି, କିନ୍ତୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ କ୍ୟାରିୟର କରିଥିଲେ । ୩୦ ବର୍ଷ ସିନେମା ଇଣ୍ଡଷ୍ଟ୍ରିରେ କାମ କରି ବକ୍ସ ଅଫିରେ ଅନେକ ହିଟ ଫିଲ୍ମ ଦେଇଥିଲେ । ଏବେ ସେ ସୁପର ଷ୍ଟାରମାନଙ୍କ ମଧ୍ୟରେ ଅନ୍ୟତମ।

ଆର.ମାଧୱନ: ବଲିଉଡର ଆର ମାଧୱନ କେବଳ ଅଭିନେତା ନୁହଁନ୍ତି ତାଙ୍କ ପାଖରେ ଇଞ୍ଜିନିୟରିଂ ଡିଗ୍ରୀ ମଧ୍ୟ ଅଛି । ଏହି ବର୍ଷ ସେ ବେଷ୍ଟ ଆକ୍ଟର ଆୱାର୍ଡ ମଧ୍ୟ ଜିତିଛନ୍ତି । ଅଭିନେତା ହେବା ପୂର୍ବରୁ ସେ କୋହ୍ଲାପୁରର ରାଜାରାମ କଲେଜରେ ଇଞ୍ଜିନିୟରିଂ କରିଥିଲେ । ଏହା ପରେ ସେ ଅଭିନୟରେ ନିଜର କ୍ୟାରିୟର କରିବା ପାଇଁ ମୁମ୍ବାଇ ଯାଇଥିଲେ ।

ଜିତେନ୍ଦ୍ରକୁମାର : “ପଞ୍ଚାୟତ’ର ଅଭିସେକ ସାର ଏବଂ “କୋଟା ଫ୍ୟାକ୍ଟ୍ରି’ର ଜିତୁ ଭାଇଙ୍କୁ କିଏ ବା ନ ଜାଣେ । ଆଇଆଇଟି ଖଡକ ପୁରରେ ସିଭିଲ ଇଞ୍ଜିନିୟରିଂ କରୁଥିବା ଜିତେନ୍ଦ୍ରଙ୍କୁ ଅଭିନୟ ପସନ୍ଦ ଆସିଥିଲା । ଏହା ପରେ ସେ ୨୦୨୦ରେ ଆୟୁସମାନ ଖୁରାନଙ୍କ ସହିତ “ଶୁଭ ମଙ୍ଗଳ ଜାଦା ସାବଧାନ’ରେ ଅମନ ତ୍ରୀପାଠୀ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହା ପରେ “ଚମନ ବାହାର’ରେ ବିଲ୍ଲୁ ଭୂମିକାରେ ଅଭିନୟ କରିଥିଲେ ।

ଭିକି କୌଶଲ : ୨୦୧୫ରେ ଫିଲ୍ମ “ମସାନ’ରୁ ଭିକି କୌଶଲ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ବଲିଉଡରେ ଏକ ଟପ ଅଭିନେତା ସହିତ ପିସିଏମରେ ଟପ ଛାତ୍ର ମଧ୍ୟ ଥିଲେ । ଭିକି ୨୦୦୯ରେ ରାଜୀବ ଗାନ୍ଧୀ ଇଷ୍ଟିଚ୍ୟୁଟ ଅଫ ଟେକନୋଲୋଜି, ମୁମ୍ବାଇରୁ ଇଲେକ୍ଟ୍ରୋନିକ ଏବଂ ଦୂରସଂଚାର କ୍ଷେତ୍ରରେ ସ୍ନାତତ ଡିଗ୍ରୀ ହାସଲ କରିଛନ୍ତି ।

କୀର୍ତ୍ତି ସାନନ :ଏବେ ବିଟାଉନରେ ସବୁଠାରୁ ପ୍ରତିଭାଶାଳି ଆକ୍ଟର ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୀର୍ତ୍ତି ସାନନ । ତାଙ୍କୁ ଚଳିତ ବର୍ଷ ନ୍ୟାସନାଲ ଆୱାର୍ଡ ମଧ୍ୟ ମିଳିଛି । ୨୦୧୪ରେ ସେ ଫିଲ୍ମ “ହିରୋପନ୍ତି’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ଇଷ୍ଟିଟିଚ୍ୟୁଟ ଅଫ ଇନଫରମେସନ ଟେକନୋଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

କାର୍ତ୍ତିକ ଆର୍ଯ୍ୟନ :”ପ୍ୟାର କା ପଞ୍ଚନାମା’,”ସୋନୁ କେ ଟିଟୁ କି ଟୁଇଷ୍ଟ’ ଏବଂ “ଭୁଲ ଭୁଲେୟା୨’ରେ ନିଜର ଦମଦାର ଆକ୍ଟିଙ୍ଗ ପାଇଁ ଦର୍ଶକଙ୍କ ପ୍ରଶଂସା ପାଇଥିଲେ । ଡି.ୱାରୁ ବାୟୋଟେକନୋଲୋଜି ପାଠ ପଢିବା ପାଇଁ ମୁମ୍ବାଇ ଆସିଥିଲେ, ଏହା ପରେ ସେ ପାଟିଲ କଲେଜ ଅଫ ଇଞ୍ଜିନିୟରିଂରେ ତାଙ୍କୁ ଡିଗ୍ରୀ ମିଳିଥିଲା । ଏହାପରେ ତାଙ୍କୁ ଅଭିନୟ କରିବା ପାଇଁ ଆଗ୍ରହ ହୋଇଥିଲା । ୨୦୧୧ରେ ସେ “ପ୍ୟାର କା ପଞ୍ଚନାମା’ ଫିଲ୍ମରେ ଡେବ୍ୟୁ କରିଥିଲେ ।

ତାପସୀ ପନ୍ନୁ : “ପିଙ୍କ’ ରୁ ଆରମ୍ଭ କରି “ମନମର୍ଜିୟା’ ଏବଂ “ଥପଡ’ ଫିଲ୍ମରେ ଅଭିନୟ କରିଥିବା ତାପସୀ ଗ୍ଲାମର ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ତେଗ ବାହାଦୁର ଇଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ରୁ କମ୍ପୁଟର ସାଇନ୍ସରେ ସ୍ନାତକ ହାସଲ କରିଛନ୍ତି ।

Get real time updates directly on you device, subscribe now.