fbpx

ଆଜି ଦେଶର ସମସ୍ତ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ନମ୍ବରକୁ ଆସିଛି ଏକ ଇମର୍ଜେନ୍ସି ଆଲର୍ଟ, କ’ଣ ଏହାର ଅର୍ଥ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୧୨ଘ.୧୯ ମିି. ସମୟରେ ଦେଶର ସମସ୍ତ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ନମ୍ବରକୁ ଏକ ଇମର୍ଜେନ୍ସି ଆଲର୍ଟ ଆସିଛି । ସରକାରଙ୍କ ପକ୍ଷରୁ ଏହା ଏକ ସାମ୍ପଲ ଟେଷ୍ଟିଂ ମେସେଜ୍ ଯାହା ଭାରତ ସରକାରଙ୍କ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ସେଲ୍ ବ୍ରୋଡକାଷ୍ଟିଂ ସିଷ୍ଟମ ଜରିଆରେ ପଠାଯାଇଛି । ଏହି କ୍ରମରେ ୟୁଜର୍ସ ସେମାନଙ୍କ ଫୋନ୍ରେ ଏକ ବିପ୍ ସାଉଣ୍ଡ ଶୁଣି ପାରିଛନ୍ତି ଓ ଇମର୍ଜେନ୍ସି ଆଲର୍ଟ ସିଭିୟର ଫ୍ଲାସ୍ ବି ଦେଖିବାକୁ ପାଇଛନ୍ତି ।

ସରକାରଙ୍କ ପକ୍ଷରୁ ଏହି ମେସେଜକୁ ଅଣଦେଖା କରିବାକୁ କୁହାଯାଇଛି । ପାନ ଇଣ୍ଡିଆ ଇମର୍ଜେନ୍ସି ଆଲର୍ଟ ସିଷ୍ଟମ ଯାହା ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଦ୍ୱାରା ଲାଗୁ କରାଯାଇଛି ତାହାକୁ ପରୀକ୍ଷା କରିବା ଲାଗି ଏହି ମେସେଜ୍ ପଠାଯାଇଛି । ଏହାର ଉଦ୍ଦେଶ୍ୟ ଜାତୀୟ ନିରାପତ୍ତା ଓ ଇମେର୍ଜେନ୍ସୀ ସମୟରେ ସତର୍କ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ।

ଏହିପରି ଟେଷ୍ଟ ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳରେ ସରକାରଙ୍କ ପକ୍ଷରୁ କରାଯିବ । ଦେଶରେ ଇମର୍ଜେନ୍ସି ଆଲର୍ଟ ସିଷ୍ଟମ କେତେ ଫଳପ୍ରଦ ରହିଛି ଓ ମୋବାଇଲ ଅପରେଟର ଏବଂ ସେଲ୍ ବ୍ରୋଡକାଷ୍ଟ ସିଷ୍ଟମର ଦକ୍ଷତା ପରୀକ୍ଷଣ ଲାଗି ଏପରି ଟେଷ୍ଟ କରାଯାଉଛି ବୋଲି ଦୂର ସଂଚାରବିଭାଗ କହିଛି ।

ଭାରତ ସରକାର ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସହ ମିଶି ଭୂମିକମ୍ପ, ସୁନାମୀ, ବନ୍ୟା ପରି ବିପର୍ଯ୍ୟୟର ସାମ୍ନା କରିବା ଦିଗରେ କାର୍ଯ୍ୟ କରି ଆସୁଛନ୍ତି । ତେବେ ଏହା ପୂର୍ବରୁ ଗତ ଜୁଲାଇ ୨୦ ଓ ଅଗଷ୍ଟ ୧୭ରେ ମଧ୍ୟ ସ୍ମାର୍ଟଫୋନ ୟୁଜର୍ସ ଏହି ପ୍ରକାର ଟେଷ୍ଟ ଆଲର୍ଟ ପାଇଥିଲେ ।

Get real time updates directly on you device, subscribe now.