fbpx

SDMଙ୍କୁ ପଦରୁ ହଟାଇଲେ DM: ଯୁବକଙ୍କୁ ଦଣ୍ଡଦେବା ଓ ଅଭିଯୋଗ ପତ୍ର ଫୋପାଡ଼ିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଅନେକ ସମୟରେ ସରକାରୀ କାର୍ଯ୍ୟାଳୟରେ ଉଚ୍ଚପଦସ୍ଥ ଅଧିକାରୀମାନେ ସାଧାରଣ, ନିରୀହ ଲୋକଙ୍କ ଉପରେ ଜୁଲମ କରିବାକୁ ପଛାଇ ରଥାନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । କିଛି ସମସ୍ୟା ନେଇ ତହସିଲ ଅଫିସକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ଦେବା କାରଣରୁ ପଦ ହରାଇଛନ୍ତି ରାଜ୍ୟ ପ୍ରଶାସନିକ ସେବାର ଜଣେ ଅଧିକାରୀ ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ମିରଗଞ୍ଜ ତହସିଲର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଉଦିତ ପାୱାରଙ୍କ ନିକଟକୁ କିଛି ଗ୍ରାମବାସୀ ଶ୍ମଶାନ ଘାଟ ସହ ଜଡ଼ିତ ସମସ୍ୟା ନେଇ ଯାଇଥିଲେ । ମାତ୍ର ଏସଡିଏମ ସେମାନଙ୍କର ଦାବିପତ୍ରକୁ ଫୋପାଡ଼ି ଦେଇଥିଲେ । ଏଥିସହିତ ଜଣେ ଯୁବକଙ୍କୁ କୁକୁଡ଼ା ଆକ୍ସନରେ ବସିବାକୁ ଦଣ୍ଡବିଧାନ କରିଥିଲେ । ଗ୍ରାମରେ ହିନ୍ଦୁ ଓ ମୁସଲମାନ ରହୁଥିବା ବେଳେ କୌଣସି ଶ୍ମଶାନ ଘାଟ ନଥିଲା । ମାତ୍ର ମୁସଲିମ ସମ୍ପ୍ରଦାୟର କିଛି ଲୋକ ଶ୍ମଶାନ ଘାଟ ନାମରେ ଜମି ହଡ଼ପ କରିନେଇଥିଲେ । ତେଣୁ ଅନ୍ତିମ ସଂସ୍କାର କରିବାକୁ ସମସ୍ୟା ଦେଖାଦେଉ ଥିବାରୁ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଥିଲେ ।

ଏହି ମାମଲାରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଏସଡିଏମ ନିଜ ଚୌକିରେ ବସିଥିବା ବେଳେ ଜଣେ ଯୁବକ ତାଙ୍କ ସାମ୍ନାରେ କୁକୁଡ଼ା ଆକ୍ସନରେ ବସିଥିଲେ । ପ୍ରାଥମିକ ଯାଞ୍ଚରେ ଏସଡିଏମଙ୍କର ଭୁଲ ଥିବା ଡିଏମ କହିବା ସହ ତାଙ୍କୁ ପଦରୁ ହଟାଇ ଦେଇଛନ୍ତି । ଏଥିସହିତ ଜଣେ ନୂଆ ଏସଡିଏମଙ୍କୁ ବରେଲି ଏସଡିଏମ ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟପକ୍ଷରେ ଏସଡିଏମ କହିଛନ୍ତି, ଏହି ଅଭିଯୋଗ ଭୁଲ ଓ ସେ କାର୍ଯ୍ୟାଳୟକୁ ପ୍ରବେଶ କରିବା ପରେ ଯୁବକ ଜଣଙ୍କ କୁକୁଡ଼ା ଆକ୍ସନରେ ବସିଯାଇଥିଲେ । ସେହି ସମୟରେ ଜଣେ ଭିଡିଓ ରେକର୍ଡ କରି ଚାଲିଯାଇଥିଲେ ।

Get real time updates directly on you device, subscribe now.