fbpx

କ’ଣ ଏଇଥି ପାଇଁ ବିଦେଶ ଯାଇଛନ୍ତି ରାହୁଲ ଗାନ୍ଧୀ ? ମାନଚିତ୍ରରେ ଉତ୍ତର-ପୁର୍ବ ରାଜ୍ୟ ନଥିବାରୁ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିବାକୁ କଂଗ୍ରେସ ପ୍ରସ୍ତୁତ କରିଥିବା ଭିଡିଓ ପାଇଁ ଏବେ ନିଜେ ଫସିଯାଇଛି । କଂଗ୍ରେସ ଏକ ଆନିମେଟେଡ ଭିଡିଓ ସାମାଜିକ ଗଣମାଧ୍ୟମ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ପୋଷ୍ଟ କରିଥିଲା । ତେବେ ଏହି ଭିଡିଓରେ ଏକ ଅସମ୍ପୁର୍ଣ୍ଣ ଭାରତୀୟ ମାନଚିତ୍ର ରହିଛି, ଯାହାକୁ ନେଇ ଏବେ ବିବାଦ ଉପୁଜିଛି । ଏହି ଭିଡିଓରୁ ସ୍କ୍ରିନ୍‌ସଟ୍ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, ‘କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିବା ଚେଷ୍ଟା କରି ସମ୍ପୁର୍ଣ୍ଣ ଉତ୍ତର-ପୁର୍ବ ଭାରତକୁ ପଡ଼ୋଶୀ ଦେଶକୁ ବିକି ଦେବାକୁ ସିକ୍ରେଟ୍ ଡିଲ୍ କରିଛି । ‘

https://x.com/himantabiswa/status/1703064725121315155?s=20

କଂଗ୍ରେସ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଭିଡିଓରେ ଦୁଇ ଜଣ ବ୍ୟକ୍ତିତ୍ୱ ରହିଛନ୍ତି । ଜଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଜଣେ ରାହୁଲ ଗାନ୍ଧି । ଏହି ଭିଡିଓରେ କଂଗ୍ରେସ ୧୯୭୫ ମସିହାର ବଲିଉଡ୍ ସିନେମା ଦିୱାର ର ମୋ ପାଖରେ ମା ଅଛି ଡାଏଲଗ୍‌ର ପୁନଃ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଅମିତାଭ ବଚ୍ଚନ ଏବଂ ଶଷି କପୁରଙ୍କୁ ଦେଖିବାକୁ ମିଳିଥିଲା ।

ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆନିମେଟେଡ୍ ଚିତ୍ର ଅମିତାଭ ବଚ୍ଚନ ଏବଂ ରାହୁଲ ଗାନ୍ଧୀଙ୍କୁ ଶଶି କପୁର ଭାବରେ ଚିତ୍ରଣ କରାଯାଇଛି, ଯେଉଁଥିରେ ମୋଦୀ କହୁଛନ୍ତି ଯେ, ‘ମୋ ପାଖରେ ଇଡି, ପୋଲିସ, ଶକ୍ତି, ଟଙ୍କା, କୋଟିପତି ବନ୍ଧୁମାନେ ଅଛନ୍ତି… ତୁମର କ’ଣ ଅଛି?’ ଏହାପରେ ରାହୁଲ ଉତ୍ତର ଦିଅନ୍ତି, “ମୋ ସହିତ ସମଗ୍ର ଦେଶ ଅଛି ।”

https://x.com/INCIndia/status/1702913955411460515?s=20

ଏହି ଭିିଡିଓ ବହୁଳ ପ୍ରସାରିତ ହେବା ପରେ ଏଥିରୁ ଏକ ଫଟୋ ନେଇ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭ୍ୟ ଟ୍ୱିଟ୍ କରି କହିଛନ୍ତି, “କାଶ୍ମୀର ପରେ କଂଗ୍ରେସ ନିଜ ଅଫିସିଆଲ୍ ଭିଡିଓରେ ଭାରତର ମାନଚିତ୍ରରୁ ଉତ୍ତର-ପୂର୍ବକୁ କାଟି ଦେଇଛି । ଚୀନ୍‌କୁ ଏହାକୁ ଦେବା ପାଇଁ ରାହୁଲ ଗାନ୍ଧୀଙ୍କ ଚୁକ୍ତିର ଏକ ଅଂଶ କି? ଏହା ରାହୁଲ ଗାନ୍ଧୀଙ୍କର ଏକ ଘୃନ୍ୟ ଏଜେଣ୍ଡା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.