fbpx

ରାଜ୍ୟସଭା ଉପସଭାପତି ପ୍ୟାନେଲରେ ୫୦ ପ୍ରତିଶତ ମହିଳା ସଦସ୍ୟଙ୍କ ନାମାଙ୍କନ, ରାଜ୍ୟସଭା ସଭାପତି କହିଲେ ଏ ତ ଆରମ୍ଭ ମାତ୍ର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ସଂସଦର ବିଶେଷ ଅଧିବେଶନରେ ଆଜି ରାଜ୍ୟସଭାର କାର୍ଯ୍ୟବାହୀ ଆରମ୍ଭ ହେବା ମାତ୍ରକେ ଉପସଭାପତି ପ୍ୟାନେଲ ବିଷୟରେ ଘୋଷଣା କରିଛନ୍ତି । ଏକ ବଡ ଘୋଷଣା କରି ସେ କହିଛନ୍ତି ଉପସଭାପତି ପ୍ୟାନେଲରେ ୫୦ ପ୍ରତିଶତ ମହିଳା ସଦସ୍ୟଙ୍କୁ ନାମାଙ୍କନ କରାଯାଇଛି । ସେ କହିଛନ୍ତି ଏହା ତ କେବଳ ଆରମ୍ଭ ।
ଜି୨୦ ସମ୍ମିଳନୀର ସଫଳ ଆୟୋଜନକୁ ନେଇ ଉପରାଷ୍ଟ୍ରପତି ସାରା ଦେଶକୁ ଶୁଭେଚ୍ଛା ଦେଇଛନ୍ତି । ସେ କହିଛନ୍ତି ଏହା ବିଶ୍ୱ ସ୍ତରରେ ଆମ ଦେଶକୁ ଗୌରବାନ୍ୱିତ କରିଛି ।

ଅନ୍ୟ ଏକ ସୂତ୍ରରୁ ଜଣାପଡିଛି କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ବି ଆଣିପାରନ୍ତି । ସଂସଦର ବିଶେଷ ଅଧିବେଶନରେ ବୁଧବାର ସରକାର ଏହି ବିଲ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ୨୭ ବର୍ଷ ଧରି ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇ ପାରି ନାହିଁ । ସଂସଦର ୫ ଦିବସୀୟ ବିଶେଷ ଅଧିବେଶନ ପୂର୍ବରୁ ରବିବାର ହୋଇଥିବା ସର୍ବଦଳୀୟ ବୈଠକରେ ବିରୋଧୀ ମେଣ୍ଟ ଇଣ୍ଡିଆ ସହିତ ଏନଡିଏର ବହୁ ସଦସ୍ୟ ଏହି ବିଶେଷ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାସ୍ କରାଯିବା ନେଇ ଜୋରଦାର ସ୍ୱର ଉଠାଇଥିଲେ ।

Get real time updates directly on you device, subscribe now.