ସନାତନ ଧର୍ମରେ ପିତୃପକ୍ଷର ବଡ ମହତ୍ତ୍ୱ ରହିଛି । ପିତୃପୁରୁଷଙ୍କ ପ୍ରତି ସମ୍ମାନ ପ୍ରକଟ କରିବା ଲାଗି ଓ ସେମାନଙ୍କ ଶାନ୍ତି ପାଇଁ ପିତୃପକ୍ଷରେ ପରିବାର ଲୋକେ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କର୍ମ କରିଥାନ୍ତି । ଏପରି କାର୍ଯ୍ୟ କରିବା ଦ୍ୱାରା ବର୍ଷ ତମାମ ପିତୃପୁରୁଷଙ୍କ ଆଶୀର୍ବାଦ ପରିବାର ଉପରେ ଲାଗି ରହିଥାଏ ଓ ବିଭିନ୍ନ ବାଧା ଦୂର ହୋଇଥାଏ ।
ଧାର୍ମିକ ମାନ୍ୟତା ଅନୁସାରେ ପିତୃପୁରୁଷଙ୍କ ଶାନ୍ତି ଲାଗି ପିତୃପକ୍ଷ ସମୟରେ ଶ୍ରାଦ୍ଧ, ତର୍ପଣ,ପିଣ୍ଡଦାନ ଆଦି କର୍ମ କରିବାର ବିଶେଷ ମହତ୍ତ୍ୱ ରହିଛି । ପିତୃପକ୍ଷର ୧୫ ଦିନ ମଧ୍ୟରେ ପିତୃଲୋକ ପୃଥିବୀକୁ ଆସିଥାନ୍ତି । ତେଣୁ ଏହି ସମୟରେ ସେମାନଙ୍କୁ ସମ୍ମାନିତ କରିବା ଲାଗି ପୂଜା ଅନୁଷ୍ଠାନ କରାଯାଏ । କିନ୍ତୁ ବହୁ ପରିବାରରେ ସମସ୍ୟା ଦେଖାଯାଇଥାଏ ଯେତେବେଳେ ପରିବାରରେ ପୁଅ କିମ୍ବା ନାତି ନ ଥାନ୍ତି । ଏପରି ସ୍ଥିତିରେ ଶ୍ରାଦ୍ଧ କର୍ମ କିଏ କରିବ ତାହା ଏକ ପ୍ରଶ୍ନବାଚୀ ହୋଇ ଛିଡା ହୋଇଥାଏ ।
ଗରୁଡ ପୁରାଣ ଅନୁସାରେ ପୁତ୍ର ନ ଥିଲେ ପିତାଙ୍କ କର୍ମକାଣ୍ଡ, ତର୍ପଣ, ପିଣ୍ଡଦାନ, ଶ୍ରାଦ୍ଧ ବୋହୂମାନେ ବି କରିପାରିବେ । ସେହିପରି ଜ୍ୟେଷ୍ଠ କିମ୍ବା କନିଷ୍ଠ ପୁତ୍ର ଅଭାବରେ ବୋହୂ, ପତ୍ନୀଙ୍କର ମଧ୍ୟ ଶ୍ରାଦ୍ଧ କରିବାର ଅଧିକାର ରହିଛି । ଯଦି ପତ୍ନୀ ଜୀବିତ ନାହାନ୍ତି ତେବେ ଭାଇ, ଭଣଜା,ନାତି ବି ଶ୍ରାଦ୍ଧ କର୍ମ କରିବାର ଅଧିକାର ଅଧିକାର ରହିଛି ।
ଜ୍ୟୋତିଷଶାସ୍ତ୍ର ଅନୁସାରେ ଶ୍ରାଦ୍ଧ, ପିଣ୍ଡଦାନ କିମ୍ବା କର୍ମକାଣ୍ଡ ପରି ଅନୁଷ୍ଠାନ କରିବା ସମୟରେ ମହିଳାମାନେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ଯେପରିକି ପିତୃପକ୍ଷରେ ସେମାନେ ଧଳା କିମ୍ବା ହଳଦୀ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ଏହା ବ୍ୟତିତ ପିତୃ ତର୍ପଣ କରିବା ସମୟରେ ମହିଳାମାନେ ଜଳରେ କୁଶ ଓ କଳା ରାଶି ପକାଇ ତର୍ପଣ କରିବା ଅନୁଚିତ ।