fbpx

ତାମିଲନାଡୁର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟର ନୋଟିସ

ଓଡିଶା ଭାସ୍କର; ତାମିଲନାଡୁର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟର ନୋଟିସ । ଗତ କିଛି ଦିନ ତଳେ ହିନ୍ଦୁ ଧର୍ମକୁ ନେଇ ଦେଇଥିବା ବୟାନ ପାଇଁ ସେ ବିବାଦ ଘେରକୁ ଆସିଥିଲେ । ତେବେ ଏହି ମାମଲାକୁ ନେଇ ତାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଲାଗିଥିବା ଖବର ସାମ୍ନାକୁ ଆସିଛି ।

ସୂଚନା ଥାଉକି, ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ ଧ୍ୱଂସ ହେବ’ ବୋଲି ଦେଇଥିବା ବାୟାନକୁ ନେଇ ବିବାଦ ଦେଖାଦେଇଥିଲା । ସେ ଏକ ସଭାରେ ଅଭିଭାଷଣ ଦେଉଥିବା ବେଳେ ଡେଙ୍ଗୁ, ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରିଥିଲେ । ଏହା ସହ ଏହାକୁ ନଷ୍ଟ କରିଦେବାକୁ ମଧ୍ୟ କହିଥିଲେ । ଆଉ ଯାହାକୁ ନେଇ ରାଜନୈତିକ ଦଳ ଠାରୁ ଆରମ୍ଭ କରି ବିଭିନ୍ନ ସନାତନ ଧର୍ମ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା । ଅନ୍ୟପଟେ ତାଙ୍କ ଟିପ୍ପଣୀକୁ ବିଜେପି ଜାଣିଶୁଣି ଏଭଳି ବିଭ୍ରାନ୍ତି କରୁଛି ବୋଲି ଉଦୟନିଧି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Get real time updates directly on you device, subscribe now.