fbpx

ଦ୍ୱିତୀୟ ପୁରୀ-ରାଉଲକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଓଡିଶାବାସୀଙ୍କ ପାଇଁ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ଏହାର ଶୁଭାରମ୍ଭ ଭୁବନେଶ୍ୱର ରେଳ ଷ୍ଟେସନଠାରେ ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ଏହି ବନ୍ଦେ ଭାରତ ଏକ୍ସପ୍ରେସ ଶନିବାର ଛାଡି ଦେଲେ ବାକି ୬ ଦିନ ଚାଲିବ । ଏହା ପୁରୀରୁ ରାଉଲକେଲା ପର୍ଯ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ୫୦୫ କିଲୋମିଟର ଅତିକ୍ରମ କରିବ ।

ଏହି ଟ୍ରେନ ସକାଳ ୫ଟାରେ ଯାତ୍ରା ଆରମ୍ଭ କରିବ ଏବଂ ଦିନ ୧୨ ଟା ୪୫ରେ ରାଉଲକେଲାରେ ପହଞ୍ଚିବ । ସେହି ପରି ଏହା ଦିନ ୨ଟା ୧୦ରୁ ବାହାରି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ । ଏହି ଟ୍ରେନ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେରରେଡ, ଅନୁଗୁଳ, ରେଢାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗଡା ଷ୍ଟେସନମାନଙ୍କରେ ରହିବ । ଏହି ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ଅଧିକ ସୁବିଧା ରହିଛି । ଏହି ଟ୍ରେନ ଉପକୂଳ ଏବଂ ପଶ୍ଚିମ ଓଡିଶାକୁ ସଂଯୋଗ କରିବ । ଏହା କମ ସମୟ ନେଉଥିବାରୁ ଏଥିରେ ଲୋକମାନେ ବହୁମାତ୍ରାରେ ପ୍ରଭାବିତ ହେବେ ।

Get real time updates directly on you device, subscribe now.