ନାଗପୁର : ନାଗପୁରରେ ଅଧିକ ବର୍ଷା ହେବା କାରଣରୁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ୪୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ସେନାଙ୍କୁ ଡକା ଯାଇଛି । ଏଠାରେ ଅଧିକ ପରିମାଣରେ ବର୍ଷା ଘଡଘଡି ହେବାରୁ ଯାହା ଦ୍ୱାରା ସହରର ଅନେକ ସ୍ଥାନରେ ପାଣି ଭରି ଯାଇଛି । ଏହା ଦ୍ୱାରା ଅନେକ ଲୋକ ସେମାନଙ୍କ ଘର ଫସି ରହିଛନ୍ତି । ସେମାନଙ୍କୁ ଏବେ ଉଦ୍ଧାର କରାଯାଉଛି । ଏଠାରେ ବିଜୁଳି ସଯୋଗ ମଧ୍ୟ ବନ୍ଦ କରାଯାଇଛି ।
ନାଗପୁରରେ ଅନେକ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଏହା ଛଡା ୧୦ ହଜାରରୁ ଅଧିକ ଲୋକଙ୍କ ଘରେ ପାଣି ପଶିଛି, ସେମାନେ ଘର ଭିତରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ କହିଛନ୍ତି ସରକାର ଲୋକମାନଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି । ଉପମୁଖ୍ୟମନ୍ତ୍ରୀ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଯେଉଁମାନଙ୍କ ଦୋକନରେ ପାଣି ପସିଛିସେମାନଙ୍କୁ ୫୦ହଜାର ଟଙ୍କା ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ୧୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।
ଆଜି କିଛି ପରିମାଣର ବନ୍ୟା ଜଳ କମ ହୋଇଛି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି କାଲି ରାତିରେ ୪ ଘଣ୍ଟାରେ ୧୦୦ ମିଲିମିଟର ବର୍ଷା ହୋଇଛି । ଏବଂ ୨ ଘଣ୍ଟାରେ ୯୦ ମିଲିମିଟର ବର୍ଷା ହୋଇଛି । ଯାହା ଦ୍ୱାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଏହି ପାଣି ସହର ମଧ୍ୟକୁ ପ୍ରବେଶ କରିଛି । ଏହି ବପଦ ପୂର୍ଣ୍ଣ ପରିସ୍ଥିତି ଦେଖି ଅନେକ ସ୍ଥାନରେ ଟ୍ରନ୍ସଫରମରୁ ବିଜୁଳି ସଂଯୋଗ ବନ୍ଦ କରାଯାଇଛି । ଯାହା ଦ୍ୱାରା ସହରର ଅନେକ ଅଞ୍ଚଳ ଅନ୍ଧକାରରେ ରହିଛି ।