fbpx

ମୁସଲିମ୍ ବାଳକକୁ ମାଡ ମରାଯିବା ମାମଲାରେ ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ, କହିଲେ ଘଟଣାରେ ସରକାରଙ୍କ ହୃଦୟ ଥରି ଉଠିବା ଉଚିତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଘରୋଇ ସ୍କୁଲରେ ଏକ ମୁସଲିମ୍ ବାଳକକୁ ଅନ୍ୟ ଛାତ୍ରମାନଙ୍କ ଦ୍ୱାରା ପିଟାଯିିବା ମାମଲାରେ ସୁପ୍ରିମକୋର୍ଟ କଡା ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ଯଦି ଏହି ଅଭିଯୋଗ ସତ ତେବେ ଏହି ଘଟଣାରେ ସରକାରଙ୍କ ହୃଦୟ ଥରି ଉଠିବା ଉଚିତ । ଏହି ଘଟଣାରେ ଅଭିଯୋଗ ହୋଇଛି କି ସ୍କୁଲର ଅଧ୍ୟକ୍ଷା ତୃପ୍ତା ତ୍ୟାଗୀ ଜଣେ ମୁସଲିମ୍ ବାଳକକୁ ଅନ୍ୟ ଛାତ୍ରମାନଙ୍କ ସହାୟତାରେ ମାଡ ମରାଇଥିଲେ ଓ ଏହାକୁ ନେଇ ସାଂପ୍ରଦାୟିକ ଟିପ୍ପଣୀ ବି ଦେଇଥିଲେ । ଏହି ମାମଲାକୁ ନେଇ ଜୋରଦାର ପ୍ରତିକ୍ରିୟା ଉଠିଥିଲା । କିନ୍ତୁ ପରିଶେଷରେ ବାଳକର ପରିବାର ଲୋକେ ଓ ଅଧ୍ୟକ୍ଷାଙ୍କ ମଧ୍ୟରେ ବୁଝାମଣା ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ସୁପ୍ରିମକୋର୍ଟ ରାୟ ଦେଇଛନ୍ତି କି ଏହି ଘଟଣାର ଯାଞ୍ଚ ନିମନ୍ତେ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିୟୋଜିତ କରାଯିବା ଉଚିତ ।

କୋର୍ଟ ଏହି ମାମଲାକୁ ଗମ୍ଭୀର ଓ ଚିନ୍ତାଜନକ ବୋଲି କହିଛନ୍ତି ଓ କହିଛନ୍ତି ଏହା ତ ଜୀବନ ସହ ଜଡିତ ମାମଲା । କୋର୍ଟ ଏହି ମାମଲାର ଆଗାମୀ ଶୁଣାଣୀ ୩୦ ଅକ୍ଟୋବରକୁ ଧାର୍ଯ୍ୟ କରିଛନ୍ତି । ଏହା ସହିତ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଏହି କଥାର ଉତ୍ତର ମାଗିଛନ୍ତି କି ଏ ପର୍ଯ୍ୟନ୍ତ ବାଳକର କାଉନସେଲିଂ କରାଯାଇଛି କି ନା ।

କୋର୍ଟ କହିଛନ୍ତି ଯେତେବେଳେ ଆମେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା କଥା କହୁଛୁ ସେତେବେଳେ ଏଥିରେ ସମ୍ବେଦନଶୀଳତା କଥା ବି ଆସୁଛି । ଏହି ମାମଲାରେ ଏହାର ଉଲଙ୍ଘନ କରାଯାଇଛି । ଉତ୍ତରପ୍ରଦେଶ ସରକାର ଏହି ମାମଲାକୁ ନେଇ କହିଥିଲେ କି ଏହି ଘଟଣା ସାଂପ୍ରଦାୟିକ ନ ଥିଲା । କିନ୍ତୁ ଏହାକୁ ବଢେଇ ଚୁଢେଇ ଉପସ୍ଥାପନ କରାଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ୬ ସେପ୍ଟେମ୍ବରରେ କୋର୍ଟ ଏହି କେସ୍‌ରେ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଥିଲେ । ବେଞ୍ଚ ସରକାରଙ୍କୁ ପ୍ରଶ୍ନ କରିଥିଲେ କି ଏହି ମାମଲାରେ କ’ଣ ଆକ୍ସନ ନିଆଯାଇଛି ଓ ବାଳକର ପରିବାରର ସୁରକ୍ଷା ଲାଗି କ’ଣ ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.