fbpx

(Video) ସାମ୍ନାକୁ ଆସିଲା ପ୍ରିୟଙ୍କା ଚୋପ୍ରା ପରିଣୀତିଙ୍କ ବିବାହକୁ ନ ଆସିବା କାରଣ, ରାଘବ ଚଡାଙ୍କୁ ମଧ୍ୟ ଦେଇ ନାହାନ୍ତି ଗିଫ୍ଟ

ମୁମ୍ବାଇ: ପରିଣୀତି ଚୋପ୍ରା ଏବଂ ରାଘବ ଚଡା ସେପ୍ଟେମ୍ବର ୨୪ତାରିଖରେ ଉଦୟପୁରରେ ବିବାହ କରିଥିଲେ । ସେଠାରେ କିଛି ଅନ୍ତରଙ୍ଗ ବନ୍ଧୁ ଏବଂ ପରିବାର ଲୋକଙ୍କ ମଧ୍ୟରେ ବିବାହ କାର୍ଯ୍ୟ ସଂପର୍ଣ୍ଣ ହୋଇଥିଲା । ହେଲେ ଏହି ବିବାହରେ ପରିଣୀତି ଚୋପ୍ରାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା, ଏବଂ ତାଙ୍କ ସ୍ୱାମୀ ନିକି ଜୋନାସ ନ ଆସିବା ଘଟଣା ଚର୍ଚ୍ଚାର ବିଷୟରେ ପରିଣତ ହୋଇଛି । ଏଥିସହ ସେମାନଙ୍କ ତରଫରୁ କୌଣସି ଉପହାର ମଧ୍ୟ ଆସିନାହିଁ । ତେବେ ବର୍ତ୍ତମାନ ସେମାନଙ୍କର ଏହି ନ ଆସିବା କାରଣ ସାମ୍ନାକୁ ଆସିଛି । ଆସନ୍ତୁ ଜାଣିବା ଏହି ବିଷୟରେ..

ପରିଣୀତି ଏବଂ ରାଘବ ଚଡାଙ୍କ ରାଜକୀୟ ବିବାହରେ ପ୍ରିୟଙ୍କା ଚୋପ୍ରାଙ୍କ ମାଆ ବହୁତ ଆନନ୍ଦ ନେଇଛନ୍ତି । ସେ ସୋସିଆଲ ମିଡିଆରେ ପରିଣୀତିଙ୍କ ସଂଗୀତ ସେରିମନୀରେ ନିଜ ଫଟୋ ମଧ୍ୟ ସେୟାର କରିଛନ୍ତି । ସେହିପରି ପ୍ରିୟଙ୍କା ଚୋପ୍ରାଙ୍କ ମାଆ ମଧୁ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ପରିଣୀତିଙ୍କ ବିବାହକୁ କାହିଁକି ଆସିନାହାନ୍ତି ସେହି ବିଷୟରେ ମୁହଁ ଖୋଲିଛନ୍ତି ।

ଭିଡିଓରେ ମଧୁ ଚୋପ୍ରା ଖୁଲାସା କରିଛନ୍ତି ଯେ, ତାଙ୍କ ଝିଅ ଉଦୟପୁରରେ ହେଉଥିବା ବିବାହରେ ସାମିଲ ନ ହେବାର ପ୍ରକୃତ କାରଣ ହେଉଛି କାମ । କାମ କାରଣରୁ ସେମାନେ ଆସିପାରିଲେ ନାହିଁ । ସେ ଫ୍ୟାନ୍ସ ମାନଙ୍କ ସମ୍ମୁଖରେ ଏହା ମଧ୍ୟ ସେୟାର କରିଛନ୍ତି ଯେ, ପ୍ରିୟଙ୍କା କୌଣସି ଉପହାର ମଧ୍ୟ ପଠାଇନାହାନ୍ତି । କାରଣ ସେମାନଙ୍କୁ ଏନେଇ କୌଣସି ଅନୁମତି ନ ଥିଲା । ନୋ ଦେବା ନେବା, ଓନଲୀ ଆର୍ଶୀବାଦ ।

 

View this post on Instagram

 

A post shared by Manav Manglani (@manav.manglani)

Get real time updates directly on you device, subscribe now.