fbpx

ଏହି ୫ଟି ଉପାୟରେ ଦୂର କରନ୍ତୁ ବ୍ରଣ !

ସେ ଝିଅ ହେଉ ବା ପୁଅ ସମସ୍ତଙ୍କର ବ୍ରଣ ସମସ୍ୟା ଏକ ବଡ଼ କାରଣ ହୋଇଥାଏ । ଏହି ବ୍ରଣ ଥରେ ଆସିଥିଲେ ସେ ସହଯରେ ଯାଇନଥାଏ । ସବୁଠାରୁ ଖରାପ ଲାଗିଥାଏ ଯଉଁଦିନ ଆପଣଙ୍କର ବହୁତ ବଡ଼ ଦିନ ଥିବ ଆଉ ଚେହରାରେ ବ୍ରଣ ବାହାରି ଯାଇଥିବ । ଯେତେବେଳେ ବ୍ରଣ ହେଉଛି ତାକୁ ନ ଫୁଟେଇ କିଛି ଦିନ ଛାଡ଼ିଦିଅନ୍ତୁ । କାରଣ ତାକୁ ଫୁଟେଇଲେ ସେ ଅଧିକ ବଢ଼ି ଯାଇଥିବା ସହିତ ମୁହଁରେ ଦାଗ ମଧ୍ୟ କରାଇଦେଇଥାଏ । ଆଜି ଆମେ ନେଇଆସିଛୁ ବ୍ରଣ ଦୂର କରିବାର ୫ ସହଜ ଉପାୟ ।
୧. ଯେତେବେଳେ ଚେହେରାରେ ବ୍ରଣ ଦେଖାଯାଉଛି ତ ସଂଗେ ସଂଗେ ସେଥିରେ ଟି-ଟ୍ରି ଅଏଲ ଏବଂ ଆଲୋବେରା ଜେଲ୍ ର ମିଶ୍ରଣ କରି ସେ ସ୍ଥାନରେ ଲଗେଇ ଦିଅନ୍ତୁ । ଟି-ଟ୍ରି ଅଏଲ ଏବଂ ଆଲୋବେରାରେ ଏଣ୍ଟିବ୍ୟାକ୍ଟେରିଅଲ୍ ଗୁଣ ରହିଛି । ଏହାକୁ ଲଗେଇବା ପୂର୍ବରୁ ପ୍ରଥମେ ଚେହେରାକୁ ଫେସୱାସ କରିଦିଅନ୍ତୁ । ଦିନରେ ୩ ରୁ ୪ ଥର ଏହାକୁ ଲଗାନ୍ତୁ ।
୨. ରାତି ଶୋଇବା ପୂର୍ବରୁ ଚେହେରାକୁ ଭଲ ଭାବରେ ଧୋଇ ଦେଇ ବ୍ରଣ ହୋଇଥିବା ସ୍ଥାନରେ ଟୁଥପେଷ୍ଟ ଲଗେଇଦିଅନ୍ତୁ । ଧ୍ୟାନ ଦିଅନ୍ତୁ ସବୁବେଳେ ବ୍ରଣ ପାଇଁ ଧଳା- ଟୁଥପେଷ୍ଟ ବ୍ୟବହାର କରିବେ ।


୩. ଆପଣ ବ୍ରଣ ପାଇଁ ନୀମ ପତ୍ର ଏବଂ ତୁଳସୀ ପତ୍ର ରେ ପେଷ୍ଟ ତିଆରି କରି ବ୍ୟବହାର ମଧ୍ୟ କରିପାରିବେ ।
୪. ବ୍ରଣ ହୋଇଥିଲେ ମସଲାଯୁକ୍ତ ଖାଦ୍ୟ ଆଦୌ ଖାଇବା ଉଚିତ ନୁହଁ । ଶୋଇବା ପୂର୍ବରୁ ମେକଅପ ଧୋଇକରି ଶୁଅନ୍ତୁ ।
୫. ମେକଅପ ନେବା ପୂର୍ବରୁ ଚେହେରାକୁ ଭଲସେ ଧୋଇ ଦେଇ ଚେହେରାରେ ପ୍ରଥମେ ଭଲ କମ୍ପାନୀର ପ୍ରାଇମୋର-କ୍ରିମ ବ୍ୟବହାର କରନ୍ତୁ ତାପରେ ମେକଅପ ନିଅନ୍ତୁ ।

Get real time updates directly on you device, subscribe now.