fbpx

SBI PO ନିଯୁକ୍ତି ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ, ସିଧାସଳଖ ଲିଙ୍କରୁ ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ : SBI PO ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା SBI PO 2023 ନିଯୁକ୍ତି ପାଇଁ ଚାଲିଥିବା ପଞ୍ଜୀକରଣ ପ୍ରକ୍ରିୟା ଆଜି ଅର୍ଥାତ୍ ୨୭ ସେପ୍ଟେମ୍ବର ୨୦୨୩ ରେ ଶେଷ ହେବ।

ସମସ୍ତ ଆଗ୍ରହୀ ପ୍ରାର୍ଥୀ ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି ସେମାନେ ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରିପାରିବେ ।

ଖାଲି ବିବରଣୀ :-
ବ୍ୟାଙ୍କରେ ପ୍ରୋବେସନାରୀ ଅଫିସର ମୋଟ ୨୦୦୦ ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ଡ୍ରାଇଭ୍ ଚାଲିଛି। ନଭେମ୍ବରରେ SBI PO 2023 ଅନଲାଇନ୍ ପ୍ରାଥମିକ ପରୀକ୍ଷା ହେବ ବୋଲି ଧାର୍ଯ୍ୟ କରାଯାଇଛି ।

ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ପ୍ରାର୍ଥୀମାନେ ସେମାନଙ୍କର ପ୍ରିଲିମିନାରୀ ପରୀକ୍ଷାର କଲ୍ ଲେଟର ଡାଉନଲୋଡ୍ କରିପାରିବେ । ନଭେମ୍ବର ମାସରେ ଅନଲାଇନରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହୋଇ ନଭେମ୍ବର / ଡିସେମ୍ବର ମାସରେ ଫଳାଫଳ ପ୍ରକାଶ ପାଇବ ।

ପ୍ରାର୍ଥୀମାନେ ନଭେମ୍ବର / ଡିସେମ୍ବରରେ ମେନ୍ ପରୀକ୍ଷା ପାଇଁ କଲ୍ ଲେଟର ଡାଉନଲୋଡ୍ କରିପାରିବେ । ଡିସେମ୍ବର / ଜାନୁଆରୀ ୨୦୨୩ରେ ମେନ୍ ପରୀକ୍ଷା ଆୟୋଜିତ ହୋଇ ସେହି ମାସରେ ଫଳାଫଳ ପ୍ରକାଶ ପାଇବ । ଜାନୁଆରୀ / ଫେବୃଆରୀରେ ଫେଜ-୩ ପାଇଁ କଲଲେଟର ଡାଉନଲୋଡ୍ କରାଯିବ । ଏହାପରେ ଜାନୁଆରୀ-ଫେବୃଆରୀରେ ସାଇକୋମେଟ୍ରିକ ଟେଷ୍ଟ, ସାକ୍ଷାତକାର ଓ ଗ୍ରୁପ ଏକ୍ସରସାଇଜ୍ କରାଯାଇ ଫେବୃଆରୀ / ମାର୍ଚ୍ଚରେ ଅନ୍ତିମ ଫଳାଫଳ ଘୋଷଣା କରାଯିବ ।

ଚଳିତ ବର୍ଷ ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ଓବିସିଙ୍କ ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ, ଏସସି / ଏସଟିଙ୍କ ପାଇଁ ୫ ବର୍ଷର ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କର ବେସିକ ପେ’ ୪୧,୯୬୦ ଟଙ୍କାରୁ ଆରମ୍ଭ ହେବ । ଓଡ଼ିଶାର ଆଶାୟୀମାନେ ରାଜ୍ୟର ୭ଟି ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://bank.sbi/web/careers/current-openings

ନୋଟିଫିକେସନ ଲିଙ୍କ: https://bank.sbi/documents/77530/36548767/060923-1_detailed+Advt.+English+PO+23-24_07.09.2023.pdf/9c9b6e4b-9fdd-df11-3194-d40cdb336aac?t=1694002437061

Get real time updates directly on you device, subscribe now.