fbpx
BSKY
BJD MC SKY
BJD MS SKY

(Video) ଆଉ ନାହାନ୍ତି ବିକ୍ରମ-ପ୍ରଜ୍ଞାନ… ଜହ୍ନ ରାଇଜରେ ଗଡ଼ିବନି ଚନ୍ଦ୍ରଯାନ-୩, ଅଧାରେ ରହିଲା ‘Moon Mission’

ଚନ୍ଦ୍ରଯାନ-୩କୁ ନେଇ ଏକ ବିରାଟ ସୂଚନା ଦେଇଛି ଭାରତର ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋ । ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଉପରେ ଇସ୍ରୋ ଏକ ବଡ଼ ମନ୍ତବ୍ୟ ଦେଇଛି, ଯାହା ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ ସମେତ କୋଟି କୋଟି ଭାରତୀୟଙ୍କୁ ନିରାଶ କରିଛି । ଚନ୍ଦ୍ରପୃଷ୍ଠରେ ଘୁରି ବୁଲୁଥିବା ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନଙ୍କର ମୃତ୍ୟୁ ହୋଇଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଚନ୍ଦ୍ରମାରେ ରାତି ହୋଇଥିବା ବେଳେ ଏ ଦୁହେଁ ଅକାମୀ ହୋଇପଡ଼ିଥିବା ଇସ୍ରୋ ପ୍ରକାଶ କରିଛି । ତେଣୁ ଭାରତର ‘ଚନ୍ଦ୍ରଯାନ-୩, ମୁନ୍ ମିଶନ୍’ ମଧ୍ୟ ଏହିଠାରେ ସମାପ୍ତ ହୋଇଛି ବୋଲି କୁହାଯାଇଛି ।

ଇସ୍ରୋର କହିବା ଅନୁସାରେ, ଚନ୍ଦ୍ରଯାନ ୩ ମିଶନ ସମାପ୍ତ ହୋଇସାରିଛି । ବୁଧବାର ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ପ୍ରାଣତ୍ୟାଗ କରିଛନ୍ତି ଏବଂ ସେମାନେ ଆଉ କେବେ କାର୍ଯ୍ୟକ୍ଷମ ହେବେ ନାହିଁ ବୋଲି କହିଛି ଇସ୍ରୋ । ଦୀର୍ଘ ୧୪ ଦିନ ପରେ ପୁଣି ଥରେ ଉଠି ଚନ୍ଦ୍ରପୃଷ୍ଠରେ ଘୁରି ବୁଲିବା ସହ ଅନେକ ତଥ୍ୟ ସଂଗ୍ରହ କରିବାରେ ସଫଳ ହେବେ ବୋଲି ବିକ୍ରମ ଓ ପ୍ରଜ୍ଞାନଙ୍କୁ ନେଇ ଆଶା କରିଥିଲା ଇସ୍ରୋ । ତାହାକୁ ନେଇ ଇସ୍ରୋକୁ ଝଟକା ଲାଗିଛି । ଇସ୍ରୋର ଅନେକ ଚେଷ୍ଟା ପରେ ବି କିଛି ଲାଭ ହୋଇ ନାହିଁ । ଶେଷରେ ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ଚିର ନିଦ୍ରାରେ ଶୋଇ ପଡ଼ିଛନ୍ତି ବୋଲି କହିଛି ଇସ୍ରୋ ।

ସଫଳ ହୋଇଥିଲା ଚନ୍ଦ୍ରଯାନ ୩ ମିଶନ । ଦକ୍ଷିଣ ମେରୁରେ ଯାଇ ସୁରକ୍ଷିତ ଭାବରେ ଅବତରଣ ମଧ୍ୟ କରିଥିଲା । ଚନ୍ଦ୍ର ପୃଷ୍ଠରେ ରହିଛି ଦିର୍ଘ ୧୪ ଦିନ ପର୍ଯ୍ୟନ୍ତ ଦେଇ ଚାଲିଥିଲା ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ । ଆଉ ଯେତେବେଳେ ସେଠାରେ ଅନ୍ଧାର ହୋଇଥିଲା ପ୍ରଜ୍ଞାନ ଶୋଇ ପଡ଼ିଥିଲା । ଇସ୍ରୋର ବୈଜ୍ଞାନିକ ମାନେ ଆଶା କରିଥିଲେ କି ୧୪ ଦିନ ପରେ ପୁଣି ଥରେ ରୋଭର ଉଠିବ ବୋଲି । ହେଲେ ସେ ସବୁ କିଛି ବି ହୋଇନାହିଁ । ମାଇନସ୍ ୨ଶହ ଡିଗ୍ରୀ ସେଲସିୟସରେ ରହିଲା ପରେ ମରିଯାଇଛି ରୋଭର । ଅତ୍ୟଧିକ ଥଣ୍ଡା ପାଇଁ ଆଉ କାମ କରୁନାହିଁ । ଯାହାପରେ ଚନ୍ଦ୍ରଯାନ-୩ ମିଶନ ଶେଷ ହେଲା ବୋଲି କୁହାଯାଇଛି ।

ତେବେ ବିକ୍ରମ ଏବଂ ଲ୍ୟାଣ୍ଡର ଏବେ ଚନ୍ଦ୍ରପୃଷ୍ଠରେ ଭାରତୀୟଙ୍କ ସଫଳତାର ଆମ୍ବାସଡର ହୋଇ ରହିବ । ସେଠାରେ ସଫଳତାର ଗାଥା ଗାଉଥିବ । ଯଦି ଦେଖିବା ଅନେକ କିଛି ସାଂଘାତିକ ତଥ୍ୟ ଦେଇଥିଲା ରୋଭର ପ୍ରଜ୍ଞାନ । ଯାହା ଜୀବନ ଖୋଜିବା ପାଇଁ ଇସ୍ରୋକୁ ଅଧିକ ସହାୟକ ହେବ ।

Get real time updates directly on you device, subscribe now.