fbpx

ହିଂସ୍ର ହେଉଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର, ବର୍ଷକ ଭିତରେ ୧୧ ଜଣଙ୍କୁ କାମୁଡ଼ିଲାଣି

ଓଡିଶା ଭାସ୍କର; ବିଶ୍ୱର ସମସ୍ତ କ୍ଷମତାଶାଳୀ ନେତାଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ ତାଙ୍କର ଏକ ପୋଷା କୁକର ‘କମାଣ୍ଡର’ ସହ ଅନେକ ଥର ମଧ୍ୟ ନଜର ଆସିଛନ୍ତି । କିନ୍ତୁ ତାଙ୍କର ଏହି ପୋଷା କୁକୁର ‘କମାଣ୍ଡର’ ଧୀରେ ଧୀରେ ହିଂସ୍ର ହେବାରେ ଲାଗିଛି । ଗତ ସୋମବାର ଦିନ ବାଇଡେନଙ୍କ ପୁଣି ଆଉ ଜଣେ ଗୁପ୍ତ ସେବା କର୍ମଚାରୀଙ୍କୁ ‘କମାଣ୍ଡର’ କାମୁଡ଼ି ଦେଇଥିବା ଖବର ପ୍ରକାଶ ପାଇଛି । ଗୁପ୍ତ ସେବା କର୍ମଚାରୀଙ୍କୁ ବାଇଡେନଙ୍କ କୁକୁର ସୋମବାର ହ୍ୱାଇଟ୍‌ ହାଉସ୍‌ରେ କାମୁଡ଼ିଥିଲା। ଏହି ଘଟଣା ସମ୍ପର୍କରେ ବୁଧବାର ସୂଚନା ଦେଇ ୟୁଏସ୍‌ଏସ୍‌ଏସ୍‌ ଯୋଗାଯୋଗ ମୁଖ୍ୟ ଆନ୍ଥୋନୀ ଗୁଗ୍‌ଲିମି କହିଛନ୍ତି, ଡାକ୍ତରୀ କର୍ମଚାରୀ ତୁରନ୍ତ ସେବା କର୍ମଚାରୀଙ୍କ ଚିକିତ୍ସା କରିଥିଲେ, ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି।

ବାଇଡେନଙ୍କ କୁକୁର ‘କମାଣ୍ଡର’ ଜର୍ମାନ ଶେଖର ପ୍ରଜାତିର । ଆମେରିକାର ଏନବିସି ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି କୁକୁରଟି ବର୍ଷକ ମଧ୍ୟରେ ୧୧ ଜଣଙ୍କୁ କାମୁଡିଥିବା ତଥ୍ୟ ପ୍ରକାଶ କରିଛି ।

US President Joe Biden's Dog 'Commander' Bites Secret Service Agent At  White House; 11th Incident Of Biting By The Pet

 

 

Get real time updates directly on you device, subscribe now.