fbpx
BSKY
BJD MC SKY
BJD MS SKY

କୁକୁରଙ୍କୁ ନେଇ ନଗର ନିଗମର କଡା ନିୟମ, ରେଜିଷ୍ଟ୍ରେସନ ଫି’ ବଢିବା ସହିତ ନିୟମ ନ ମାନିଲେ ଦେବାକୁ ପଡିବ ୧୦,୦୦୦ ଜୋରିମାନା

ଗାଜିଆବାଦ: ଯଦି ଆପଣ ଜଣେ ଡଗ୍ ଲଭର ତେବେ ଏହି ଖବର ଜାଣିବା ଆପଣଙ୍କ ଲାଗି ବହୁତ ଜରୁରୀ । କାରଣ ଗାଜିଆବାଦରେ ଏବେ କୁକୁର ପାଳିବା ଆହୁରି ମହଙ୍ଗା ହୋଇଯାଇଛି । ପ୍ରକୃତ ଘଟଣା ହେଉଛି ଗାଜିଆବାଦ ସହିତ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଲଗାତର କୁକୁର କାମୁଡିବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏହି କାରଣରୁ ନଗର ନିଗମ ବୋର୍ଡ ବୈଠକରେ କୁକୁରକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଯେଉଁମାନେ କୁକୁର ପାଳିବେ ସେମାନେ କୁକୁରଙ୍କ ବନ୍ଧ୍ୟାକରଣ କରିବା ସହ ଆଣ୍ଟି ରାବିଜ୍ ଟୀକାମକରଣ କରିବା ଅନିବାର୍ଯ୍ୟ । କୁକୁର ପାଳିବା ଲାଗି ରେଜିଷ୍ଟ୍ରେସନ ଫି’ ପୂର୍ବରୁ ୨୦୦ଟଙ୍କା ଥିଲା ଯାହାକୁ ଏବେ ବଢାଇ ୧୦୦୦ଟଙ୍କା କରି ଦିଆଯାଇଛି । ସେହିପରି ନବୀକରଣ ଫି’ ପୂର୍ବରୁ ୧୦୦ ଟଙ୍କା ଥିଲା ଏବେ ତାହାକୁ ୫୦୦ଟଙ୍କା କରି ଦିଆଯାଇଛି । ୨୦୦ ବର୍ଗ ଗଜରୁ ଅଧିକ ଦୂରତା ମଧ୍ୟରେ ୨ ଟି କୁକୁର ଓ ୪୦୦ ବର୍ଗ ଗଜରୁ ଅଧିକ ଦୂରତାରେ ୪ଟି କୁକୁର ଲାଗି ରେଜିଷ୍ଟ୍ରେସନ ଦିଆଯିବ । ଜନବସତି ଅଞ୍ଚଳରେ ୫ କିମ୍ବା ଏହାଠାରୁ ଅଧିକ କୁକୁର ପାଳନ କରାଯାଇପାରିବ ନାହିଁ ।

କେବଳ ଏତିକି ନୁହେଁ କୁକୁରର ମାଲିକ ଏକ ଶପଥ ପତ୍ର ଲେଖିବ ଯେଉଁଥିରେ ସେ ଶପଥ କରିବ ଯେ,ତାଙ୍କ କୁକୁର ଲାଗି ଆଉ କାହାକୁ ଯେପରି କୌଣସି ସମସ୍ୟା ହେବ ନାହିଁ । ସୋସାଇଟି ପାର୍କରେ ବୁଲାଇବା ସମୟରେ କୁକୁର ମାଲିକ କୁକୁର ମୁହଁରେ ଜାଲିବାଲା ମାସ୍କ ଲଗାଇବେ । ଏହା ସହିତ ନଗର ନିଗମ ପକ୍ଷରୁ କିଛି କାମୁଡା କୁକୁରଙ୍କ ଉପରେ ବି ପ୍ରତିବନ୍ଧ ଲଗାଯାଇଛି ଯେପରିକି ପିଟବୁଲ, ରଟୱେଲର ପ୍ରଭୃତି ।

ସହରରେ ବୁଲା କୁକୁରଙ୍କ ପାଇଁ ନିୟମ କଡାକଡି ହୋଇଛି । ବୁଲା କୁକୁରଙ୍କୁ ଆଉ କେହି ଅନ୍ୟ କାହାର ଘର ପାଖରେ ଖାଇବାକୁ ଦେବେ ନାହିଁ । ନିୟମ ଭାଙ୍ଗିଲେ ଏଣିକି ଆଉ ୫,୦୦୦ ଟଙ୍କା ନୁହେଁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।

Get real time updates directly on you device, subscribe now.