fbpx

ଗୁଗଲରେ ସର୍ଚ୍ଚ କରୁଥିଲେ ଆତ୍ମହତ୍ୟାର ସହଜ ଉପାୟ, ଇଣ୍ଟରପୋଲ ପାଖରେ ସୂଚନା ପହଞ୍ଚିବା ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଆମେ ବିଭିନ୍ନ ସମୟରେ ବିଭିନ୍ନ ବିଷୟରେ ତଥ୍ୟ ଜାଣିବା ପାଇଁ ଗୁଗଲର ସହାୟତା ନେଇଥାଉ । କିନ୍ତୁ ଜଣେ ବ୍ୟକ୍ତି ଗୁଗଲରେ ଆତ୍ମହତ୍ୟା କରିବାର ସବୁଠାରୁ ସହଜ ଉପାୟ ଖୋଜି ପୋଲିସ ହାତରେ ଧରାପଡିଯାଇଛନ୍ତି । ଏବେ ମୁମ୍ବାଇ ପୋଲିସ ଏହି ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିଛି ।

ପୋଲିସ କହିଛି ପୀଡିତ ମୁମ୍ବାଇର ଉପନଗର ମାଲୱାଣୀରେ ରୁହନ୍ତି । ସେ ରାଜସ୍ଥାନର ମୂଳ ବାସିନ୍ଦା ଅଟନ୍ତି । ପୋଲିସ କହିଛି ପୀଡିତଙ୍କ ମା’ଙ୍କୁ କୌଣସି ଅପରାଧିକ ଘଟଣାରେ ସଂପୃକ୍ତି ଅଭିଯୋଗରେ ଗିରଫ କରାଯିବା ପରଠାରୁ ସେ ମାନସିକ ଚାପରେ ଥିଲେ । ଏହା ସହିତ ସେ ଗତ ୬ ମାସ ଧରି ବେରୋଜଗାର ଥିଲେ । ନିଜ ଜୀବନ ପ୍ରତି ବୀତସ୍ପୃହ ହୋଇପଡି ସେ ଆତ୍ମହତ୍ୟା କରିବାର ସହଜ ଉପାୟ ଅନଲାଇନରେ ସର୍ଚ୍ଚ କରିଥିଲେ ।

ସେ ବହୁ ସମୟରେ ଗୁଗଲରେ ସୁଇସାଇଡର ବେଷ୍ଟ ଉପାୟ ସର୍ଚ୍ଚ କରିଥିଲେ । ଏହା ଉପରେ ଇଣ୍ଟରପୋଲ ଅଧିକାରୀଙ୍କ ନଜର ପଡିଥିଲା । ଇଣ୍ଟରପୋଲ ପୀଡିତଙ୍କ ମୋବାଇଲ ଫୋନ୍ ନମ୍ବର ସହିତ ମୁମ୍ବାଇ ପୋଲିସକୁ ଏ ବିଷୟରେ ଇମେଲ୍ ପଠାଇଥିଲେ । ଇଣ୍ଟରପୋଲ ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ମୁମ୍ବାଇ ପୋଲିସର ଅପରାଧ ଶାଖା ପୀଡିତଙ୍କ ଘରେ ପହଞ୍ଚି ତାଙ୍କୁ ଥାନାକୁ ଆଣିଥିଲା । ଏହାପରେ ତାଙ୍କର କାଉନସେଲିଂ କରାଯାଇଥିଲା ।

Get real time updates directly on you device, subscribe now.