fbpx

ଆମକୁ ଖାଇବାକୁ ଦେଉନି BCCI… ବିଶ୍ୱକପ ପୂର୍ବରୁ ପାକିସ୍ତାନ ବୋର୍ଡ ଆଣିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପରେ ଭାରତ ମାଟିରେ ପାଦ ଥାପିଛି ପାକିସ୍ତାନ ଟିମ୍ । ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ଭାରତ ଆସିଛି । ଏଠାରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା, କିନ୍ତୁ ଖେଳାଳିଙ୍କ ମେନ୍ୟୁରେ ଗୋମାଂସ ନଥିବାକୁ ନେଇ ପ୍ରଶ୍ନ ଉଠାଇଛି ପାକିସ୍ତାନ କ୍ରିକେଟ ବୋର୍ଡ । କିନ୍ତୁ ପିସିବିର ଏହି ଦାବିକୁ ନେଇ ନିଜ ଦେଶ ପାକିସ୍ତାନରେ ମଧ୍ୟ ଲୋକେ ନାପସନ୍ଦ କରିଛନ୍ତି । ତେବେ ଖାଦ୍ୟରେ ଗୋମାଂସ ନ ମିଳିବାକୁ ନେଇ ପାକିସ୍ତାନୀ ଖେଳାଳି କୌଣସି ଆପତ୍ତି ଉଠାଇନାହାନ୍ତି ।

ବାବରଙ୍କ ନେତୃତ୍ୱରେ ପାକିସ୍ତାନୀ ଖେଳାଳିଙ୍କୁ ଖାଦ୍ୟରେ ହାଇଦ୍ରାବାଦୀ ଚିକେନ ବିରିୟାନୀ ଓ ମଟନ ପରସା ଯାଇଛି । ତେବେ ପାକିସ୍ତାନ ସମେତ ବିଶ୍ୱକପ୍ ଖେଳିବାକୁ ଆସିଥିବା କୌଣସି ବି ଦଳକୁ ଗୋ ମାଂସ ବା ବିଫ୍ ଖାଇବାକୁ ଦିଆଯିବନି । ପାକିସ୍ତାନ ଖେଳାଳି ଭାରତ ପହଞ୍ଚିବା ପରେ ମିଳିଥିବା ଆତିଥ୍ୟରେ ପ୍ରଶଂସା କରିଛନ୍ତି । ଭାରତରେ ପାକିସ୍ତାନ ଦଳର ଡାଇଟ୍ ତାଲିକାରୁ ଜଣା ପଡ଼ିଛି ଯେ, ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳକୁ ଖାଦ୍ୟରେ ଗୋମାଂସ ଦିଆଯିବ ନାହିଁ । ଭାରତରେ ଗୋମାଂସକୁ ନେଇ ମଧ୍ୟ ବିବାଦ ରହି ଆସିଛି । ଏସବୁକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ଗୋ ମାଂସକୁ ଖାଦ୍ୟ ତାଲିକାରେ ସାମିଲ୍ କରିନାହିଁ ।

ଭାରତରେ ଗାଈକୁ ଗୋମାତା ହିସାବରେ ପୂଜା କରାଯାଏ । ଏଥିପାଇଁ ବିଶ୍ୱକପ୍ ସମୟରେ ଖେଳାଳିଙ୍କ ଖାଦ୍ୟ ତାଲିକାରେ ବିଫ୍ ଉପରେ କଟକଣା ଲଗାଯାଇଛି । ପାକିସ୍ତାନ ଦଳକୁ ନିଜର ଡେଲି ପ୍ରୋଟିନ ସେବନ ପାଇଁ ଚିକେନ୍, ମଟନ ଓ ମାଛ ପରସା ଯିବ । ଏହା ବ୍ୟତୀତ ଖାଦ୍ୟ ତାଲିକାରେ ଗ୍ରୀଲ୍ଡ ଲ୍ୟାମ୍ପ ଚପ୍ସ, ମଟନ ତରକାରୀ, ବଟର ଚିକେନ ଓ ଗ୍ରୀଲ୍ଡ ଫିଶ୍ ସାମିଲ୍ ହୋଇଛି । କାର୍ବୋହାଇଡ୍ରେଟ୍ ପାଇଁ ପାକିସ୍ତାନ ଦଳ ବଏଲ୍ଡ ରାଇସ୍, ବୋଲୋଗନିଜ ସସ୍ ଓ ଶାକାହାରୀ ପଲଉ ଇତ୍ୟାଦି ଖାଦ୍ୟ ଖାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.