fbpx

OMG! ପାର୍ବଣରେ ଶସ୍ତା ହେଲା ସୁନା, ସୁଯୋଗକୁ ଆଦୌ କରନ୍ତୁନି ହାତଛଡା 

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର! ବିଗତ କିଛି ଦିନ ହେବ ସୁନା ଦର ବଢୁଥିବା ବେଳେ ଆଜି ସୁନାର ମୂଲ୍ୟ ହ୍ରାସ ପାଇଛି । ମହିଳାମାନେ ସୁନା ପିନ୍ଧିବାକୁ ବହୁତ ଭଲ ପାଆନ୍ତି । ତେଣୁ ଅନେକ ସମୟରେ ସୁନା କିଣି ଥାନ୍ତି । ଗତ କିଛି ଦିନ ହେବ ସୁନାର ଦର ବୃଦ୍ଧି ଯୋଗୁଁ ସେମାନେ ଚିନ୍ତାରେ ପଡି ଯାଇଥିଲେ, କିନ୍ତୁ ଆଜି ସୁନାର ଦର ହ୍ରାସ ପାଇଛି ଯଦି କିଣିବା ପାଇଁ ମନ ବଳାଇଛନ୍ତି ତେବେ ନଜର ପକାନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦର? ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦର ୫୩,୬୫୦ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୫୮,୫୩୦ଟଙ୍କା ରହିଛି ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ସୁନାର ଦର ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୩,୩୫୦ଟଙ୍କା ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୮,୨୦୦ଟଙ୍କା ରହିଛି । ଏହା ବ୍ୟତୀତ ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ କେତେକ ସ୍ଥାନରେ ସୁନାର ଦର ହ୍ରାସ ପାଇଥିବା ବେଳେ, କେତେକ ସ୍ଥାନରେ ସ୍ଥିର ରହିଛି । ଆଜି ମୁମ୍ବାଇରେ ୨୨ କ୍ୟାରେଟ ସୁନାର ଦର ଓ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ଯଥାକ୍ରମେ, ୫୩,୬୫୦ ଏବଂ ୫୮,୫୩୦ ରହିଛି । ସେହିଭଳି ଆଜି ନୂଆଦିଲ୍ଲୀରେ ମଧ୍ୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟର ଦର ଯଥାକ୍ରମେ ୫୩,୮୦୦ ଟଙ୍କା ଓ ୫୮,୬୮୦ଟଙ୍କା ରହିଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୩,୬୫୦ ଟଙ୍କା ଓ ୫୮,୫୩୦ ଟଙ୍କା  ଥିବାର ରେକର୍ଡ କରାଯାଇଥିବା ବେଳେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୩,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୮,୮୦୦ଟଙ୍କା ରହିଛି । ସେହିପରି ରୁପାର  ମୂଲ୍ୟ  ୧ କିଲୋଗ୍ରାମ ପ୍ରତି ୭୪,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Get real time updates directly on you device, subscribe now.