fbpx

ଡ୍ରାଏ ଫ୍ରୁଟକୁ ଭାଜି ଖାଇବା ଉଚିତ ନା ଅନୁଚିତ ! ଜାଣନ୍ତୁ ଏହାକୁ ଖାଇବାର ଉପାୟ

ଓଡିଶା ଭାସ୍କର : ଆପଣ ଡ୍ରାଏଫ୍ରୁଟକୁ କିପରି ଖାଆନ୍ତି! ଏହା ପାଣିରେ ଭିଜାଇ ଖାଆନ୍ତି ନା ଭାଜି କି ଖାଆନ୍ତି । କାରଣ ପ୍ରତ୍ୟେକ ଜିନିଷର ଖାଇବା ପ୍ରଣାଳୀ ଅଲଗା ହୋଇଥାଏ । ଯାହା ଦ୍ୱାରା ଫଳରୁ ମିଳୁଥିବା ପୋଷକ ଜିନିଷ ଆମକୁ ମିଳିପାରିବ । କେତେକ ଜିନିଷର ଖାଇବା ପ୍ରଣାଳୀ ଆମକୁ ହେଲଦି କରିଥିବା ବେଳେ ଗୋଟିଏ ଭୁଲ ପାଇଁ ଆମେ ଏହାର ଲାଭ ଉଠାଇ ପାରୁ ନାହୁଁ । ତେବେ ଡ୍ରାଏ ଫ୍ରୁଟ ଅଧିକ ମୂଲ୍ୟରେ ବଜାରରେ ମିଳୁଛି  । ଏହାକୁ ଠିକ ଭାବରେ ନ ଖାଇଲେ ଆମେ ଏହାର ଲାଭ ଉଠାଇ ପାରିବା ନାହିଁ ।

ଡ୍ରାଏଫ୍ରୁଟକୁ ଭାଜିକି ଖାଇବା ଉଚିତ ନୁହେଁ କାରଣ ଏଥିରେ ଅନେକ ପ୍ରକାରର ଫାଇବର ଥାଏ ଓ ମଲ୍ଟିନିଟ୍ରିଏଣ୍ଟ ଥାଏ ଯାହା ଭାଜିବା ଦ୍ୱାରା ନଷ୍ଟ ହୋଇଯାଏ । ଡ୍ରାଏଫ୍ରୁଟରେ ପୋଟାସିୟମ, ମ୍ୟାଗନେସିୟମ ପରି ମିନେରାଲସ ମଧ୍ୟ ଥାଏ ଯାହା ଅଧିକ ତାପମାତ୍ରାରେ ଏହା ନଷ୍ଟ ହୋଇଥାଏ । ତେବେ ଡ୍ରାଏଫ୍ରୁଟକୁ ଭାଜି ଖାଇବାର ଅର୍ଥ ଏଥିରେ ଥିବା ଭିଟାମିନ ଆମ ଶରୀରକୁ ଯାଇ ପାରେ ନାହିଁ । ତେବେ ଏହି କଥାକୁ ଧ୍ୟନରେ ରଖି ଆପଣ ଡ୍ରାଏଫ୍ରୁଟକୁ ଭାଜିକି ଖାଆନ୍ତୁ ନାହିଁ ।

ଡ୍ରାଏଫ୍ରୁଟକୁ ଖାଇବାର ସଠିକ ଉପାୟ ହେଉଛି ଏହାକୁ ପାଣିରେ ଭିଜାଇ ଖାଇବା । ଯେପରି କାଜୁ, ଖଜୁରୀ, କିସମିସ ଏବଂ ବାଦାମ । ଏହାକୁ ଭିଜାଇ ଖାଇବା ଦ୍ୱାରା ଏହାର ପ୍ରୋଟିନ ଶରୀରକୁ ମିଳିଥାଏ । ଏହା ଛଡା ଅଖରୋଡ ଏବଂ ପିସ୍ତାକୁ ଆପଣ ଏପରି ଖାଇପାରିବେ । ମଖାନା ଏବଂ ଖଜୁରୀକୁ ଆପଣ ଖିରରେ ଫୁଟାଇ ଖାଇ ପାରିବେ । ଏହା ଦ୍ୱାରା ଶରୀରର ପୋଷଣ ଠିକ ଭାବରେ ହୋଇଥାଏ । ଯଦି ଆପଣ ଭାଜିକି କିଛି ଖାଇବାକୁ ଚାହାନ୍ତି ତେବେ ବାଦାମ ଏବଂ ମଖାନାକୁ ଭାଜି ଖାଇପାରିବେ । ଯଦି ଆପଣ କଞ୍ଚା ଖାଇ ପାରୁ ନାହାନ୍ତି ତେବେ ଆପଣ ଏହାକୁ ଭାଜି ଖାଇ ପାରିବେ । କିନ୍ତୁ ଏଥିରେ ଭାଜିବା ସମୟରେ ତେଲ ପକାଇବେ ନାହିଁ । ଆପଣ ଏହାକୁ ଖାଲି କଡେଇରେ ଗରମ କରି ଖାଇ ପାରିବେ । ଏହା ଛଡା ଧ୍ୟାନ ରଖିବାକୁ ପଡିବ ଆପଣ ଗ୍ୟାସକୁ ଜୋରରେ ନ କରି ଧିରେ କରି ଏହାକୁ ଗରମ କରିବେ ନହେଲେ ଏଥିରେ ଥିବା ପ୍ରୋଟିନ ସବୁ ନଷ୍ଟ ହୋଇଯିବ ।

Get real time updates directly on you device, subscribe now.