ପ୍ରମୁଖ ଖେଳାଳି ତଥା ଭାରତୀୟ ଦଳର ଅନୁଭବୀ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଡ଼ ବୟାନ; ଏହା ମୋର…

ଓଡିଶା ଭାସ୍କର; ଧୀରେ ଧୀରେ ଜଣଙ୍କ ପରେ ଜଣେ ପ୍ରମୁଖ ଖେଳାଳି ଭାରତୀୟ ଦଳରୁ ଅବସର ନେବାରେ ଲାଗିଛନ୍ତି । ତେବେ ଏହାରି ଭିତରେ ଆଉ ଜଣେ ପ୍ରମୁଖ ଖେଳାଳି ତଥା ଭାରତୀୟ ଦଳର ଅନୁଭବୀ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ ଅବସର ନେବାକୁ ଏକ ପ୍ରାକାରର ଇସାରା ଦେଇଛନ୍ତି । ଯାହାକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମନରେ ଅନେକ ଚର୍ଚ୍ଚା ସୃଷ୍ଟି କରିଛି ।

ସୂଚନା ଥାଉକି, ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌। ଏଥିଲାଗି ସମସ୍ତ ଟିମ୍‌ ଦଳ ଘୋଷଣା କରିସାରିଥିବା ବେଳେ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ ଅକ୍ଷର ପଟେଲଙ୍କ ସ୍ଥାନରେ ଅନୁଭବୀ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ମିଳିଛି। ବିଶ୍ୱକପ୍‌ ସ୍କ୍ୱାର୍ଡରେ ସ୍ଥାନ ପାଇଥିବାରୁ ଅଶ୍ୱିନ ଖୁସି ପ୍ରକାଶ କରିଛନ୍ତି । ହେଲେ ଏହା ସହ ସେ ଏକ ବଡ଼ ବୟାନ ମଧ୍ୟ ରଖିଛନ୍ତି । ଯାହାକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ଦେଖିବାକୁ ମିଳିଛି । ଏହା ତାଙ୍କର ଅନ୍ତିମ ବିଶ୍ୱକପ୍‌ ହୋଇପାରେ ବୋଲି ରବିଚନ୍ଦ୍ରନ ଅଶ୍ୱିନ ନିଜେ କହିଛନ୍ତି।

ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଏକ ବାର୍ତ୍ତାଳାପରେ ଅଶ୍ୱିନ କହିଛନ୍ତି, ମୁଁ ଭଲ ଲୟରେ ଅଛି। ଏଣୁ ଏହି ଟୁର୍ନାମେଣ୍ଟର ମଜା ଉଠାଉଛି। ଭାରତ ପକ୍ଷରୁ ଏହା ମୋର ଅନ୍ତିମ ବିଶ୍ୱକପ୍‌ ହୋଇପାରେ। ଏଥିଲାଗି ଟୁର୍ନାମେଣ୍ଟର ଆନନ୍ଦ ନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସେହିପରି ଏଥର ବିଶ୍ୱକପ୍‌ ସ୍କ୍ୱାର୍ଡରେ ସ୍ଥାନ ପାଇଥିବାକୁ ନେଇ ଅଶ୍ୱିନ କହିଛନ୍ତି, ଜୀବନ ସୁଖଦୁଃଖରେ ଭରପୂର ଥାଏ। ସତ କହିବାକୁ ଗଲେ ବିଶ୍ୱକପ୍‌ ଟିମ୍‌ରେ ସୁଯୋଗ ମିଳିବ ବୋଲି କେବେହେଲେ ଭାବି ନ ଥିଲି। ପରିସ୍ଥିତି କିନ୍ତୁ ସେଭଳି ହେବା ଯୋଗୁ ମୁଁ ଆଜି ଏଠି ଅଛି। ଚୟନ କମିଟି ମଧ୍ୟ ମୋ ଉପରେ ବିଶ୍ୱାସ ଦେଖାଇଛି ବୋଲି ସେ କହିଛନ୍ତି।