ଆସାମ : ଆସାମର ଧୁବରୀ ଜିଲ୍ଲାରେ ଶନିବାର ଦିନ ଭୂକମ୍ପ ଅନୁଭୁତ ହୋଇଛି । ଏଠାରେ ଭୂକମ୍ପର ତୀବ୍ରତା ୩.୧ ଥିଲା । ନେସନାଲ ସେଣ୍ଟର ଫର ସିସମୋଲୋଜି କହିଛି ଏହି ଭୂକମ୍ପସକାଳ ୩.୧ରେ ୧୭ କିଲୋମିଟର ଗଭୀରତା ଭିତରେ ଆସିଥିଲା । ଏହା ପୂର୍ବରୁ ଶନିବାର ସନ୍ଧ୍ୟାରେ ପାଖାପାଖି ୬ଟା ବେଳେ ମଧ୍ୟପ୍ରଦେଶର ଶିବନି ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା । ଏହାର ତୀବ୍ରତା ୧.୮ ମପା ଯାଇଥିଲା । ଏହା ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ସନ୍ଧ୍ୟା ୬ଟା ୪୭ ମିନିଟରେ ଭୂକମ୍ପ ହୋଇଥିଲା । ଏହାର ତୀବ୍ରତା ୨.୯ ଥିଲା । ସେପ୍ଟେମ୍ବର ମାସରେ ହିମାଞ୍ଚଳପ୍ରଦେଶରେ ମଣ୍ଡିରେ ଭୂକମ୍ପ ଅନୁଭୂତ ହୋଇଥିଲା ।
ଏହାର ତୀବ୍ରତା ୨.୮ ଥିଲା । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ଏବେ ଭୂକମ୍ପ ଆସିବା ପୂର୍ବରୁ ଆପଣ ସୂଚନା ପାଇପାରିବେ । ଏଥିପାଇଁ ଗୁଗଲ ୨୭ ସେପ୍ଟେମ୍ବରରେ ଭାରତରେ ଭୂକମ୍ପ ଆଲର୍ଟ ସିଷ୍ଟମ ଲଞ୍ଚ କରିଛି । ଏଥିରେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ସେନ୍ସର ଉପଯୋଗ କରି ଭୂକମ୍ପର ଅନୁମାନ ଏବଂ ତାହାର ତୀବ୍ରତା ଆପଣ ଜାଣି ପାରିବେ । ଏହି ସେବା ଦ୍ୱାରା ଭୂକମ୍ପ ଆସିଲେ ଆପଣ ଆଲର୍ଟ ହୋଇ ପାରିବେ । ଯାହା ଦ୍ୱାରା ଲୋକମାନେ ସେମାନଙ୍କୁ ସୁରକ୍ଷିତ କରିପାରିବେ ।