fbpx

ସ୍କୁଲ ପରିସରରେ ଝୁଲନ୍ତା ମୃତ ଦେହ : ଏପର୍ଯ୍ୟନ୍ତ ମିଳିନି କୌଣସି ପରିଚୟ

ଆନ୍ଦପୁର : ଦିନକୁ ଦିନ ଆତ୍ମହତ୍ୟାର ମାମଲା ବଢିବାରେ ଲାଗିଛି । ସେହିଭଳି ଏକ ଦୁର୍ଘଟଣା ଆନନ୍ଦପୁରରେ ଘଟିଛି । ସ୍କୁଲ ପରିସରରେ ମିଳିଛି ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ । ବସନ୍ତପୁରର ବଳଦେବ ଜିଉ ନୋଡଲ ସ୍କୁଲ ପରିସରରେ ଏକ ଝୁଲନ୍ତା ମୃତ ଦେହ ଠାବ କରାଯାଇଛି ।

ସୂଚନା ଅନୁସାରେ, ଆନ୍ଦପୁରର ବଳଦେବ ଜିଉ ନୋଡାଲ ସ୍କୁଲ ପରିସରରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । କିନ୍ତୁ ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନି । ଖବର ପାଇ ଘସିପୁରା ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.