fbpx

୪୮ ଘଣ୍ଟା ଭିତରେ ଏକ ବିରାଟ ଭୂକମ୍ପର ସାମନା କରିବ ଦେଶ! ତୁର୍କୀ ଭଳି ହେବି ପରିସ୍ଥିତି?

ନୂଆଦିଲ୍ଲୀ: ଆଗାମୀ ୪୮ ଘଣ୍ଟ ଭିତରେ ଏକ ବଡ଼ ଭୂକମ୍ପ ହେବା ନେଇ ଅନୁମାନ କରାଯାଉଛି । ଭୂକମ୍ପକୁ ନେଇ ଭବିଷ୍ୟବାଣୀ କରୁଥିବା ନେଦରଲାଣ୍ଡର ସୋଲାର ସିଷ୍ଟମ ଜିଓମେଟ୍ରି ସର୍ଭେ(SSGIOS) ଏ ନେଇ ଏକ ସୂଚନା ଦେଇଛି । ରିପୋର୍ଟ ଅନୁସାରେ, ଆସନ୍ତା ୪୮ ଘଣ୍ଟା ଭିତରେ ଦେଶବାସୀଙ୍କୁ ଏକ ବିରାଟ ଭୂକମ୍ପର ସାମନା କରିବାକୁ ପଡ଼ିପାରେ । SSGIOS ସମୁଦ୍ର ତଳର ନିକଟ ବାୟୁମଣ୍ଡଳରେ ବୈଦୁତିକ ଚାର୍ଜ ପରିବର୍ତ୍ତନକୁ ମନିଟର କରିବାରେ ବେଶ୍ ମାହିର । ତେବେ ଏହା ଏକ ବଡ଼ ଭୂକମ୍ପର ପୂର୍ବ ସଂକେତ ବୋଲି ଦାବି କରିଛି ସଂଗଠନ । ତେବେ ଏହା ବିଶେଷ କରି ଆଗାମୀ ୯ ଦିନ ମଧ୍ୟରେ ନିକଟସ୍ଥ ଅଞ୍ଚଳରେ ଘଟିପାରେ ।

ତେବେ ବର୍ତ୍ତମାନ ଏହି ଭୂକମ୍ପର ଭୟ ପାକିସ୍ତାନ ପାଇଁ ରହିଛି । ରିପୋର୍ଟ ଅନୁସାରେ, SSGIOS ସହ କାର୍ଯ୍ୟ କରୁଥିବା ଜଣେ ଡଚ୍ ବୈଜ୍ଞାନିକ ପାକିସ୍ତାନରେ ଚମନ୍ ଫଲ୍ଟ ଲାଇନ ସହ ବିଦ୍ୟୁତ ଗତିବିଧିରେ ମହତ୍ତ୍ୱପୂର୍ଣ୍ଣ ବୃଦ୍ଧି ନେଇ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପର ସମ୍ଭାବନାକୁ ବଢାଇଦେଇଛି । ତେବେ ଏହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢାଇ ଦେଇଛି । ତେବେ ସବୁଠାରୁ ଅଧିକ ଭୟର କାରଣ ପାଲଟିଛନ୍ତି ଡଚ୍ ବୈଜ୍ଞାନିକ ଫ୍ରାଙ୍କ ହୁଗରବିଟ୍ସ । ଫ୍ରାଙ୍କ କରିଥିବା ଅଧିକାଂଶ ଭୂକମ୍ପର ସମ୍ଭାବନା ସତରେ ପରିଣତ ହୋଇଛି । ଚଳିତବର୍ଷ ଆରମ୍ଭରୁ ସେ ତୁର୍କୀରେ ଏକ ବିନାଶକାରୀ ଭୂକମ୍ପକୁ ନେଇ ଭବିଷ୍ୟବାଣୀ କରିଥିଲେ । ତେବେ ପରେ ଏହି ଭୂକମ୍ପ ସାରା ଦେଶରେ ପ୍ରଳୟ କରି ଦେଇଥିଲା, ଫଳରେ ଜନସଂଖ୍ୟାର ମୋଟ ୪୭,୦୦୦ ଲୋକ ଏଥିରେ ପ୍ରାଣ ହରାଇଛନ୍ତି ।

ଫ୍ରାଙ୍କ ଭବିଷ୍ୟବାଣୀ କରିବା ପରେ ସେପଟେ ପାକିସ୍ତାନର ପାଣିପାଗ ବିଭାଗ ସମ୍ଭାବ୍ୟ ଭୂକମ୍ପକୁ ନେଇ ଚୁପ୍ ରହିଛି । ଏହାପୂର୍ବରୁ ପିଏମଡି ଭୂକମ୍ପର ପୂର୍ବାନୁମାନ ପାଇଁ ବୈଜ୍ଞାନିକଙ୍କ ଆଧାରର ଅଭାବ ଦର୍ଶାଇ ଲଗାତାର ଏହି ଭବିଷ୍ୟବାଣୀକୁ ଖାରଜ କରିଆସିଛି । ଭାରତୀୟ ପ୍ଲେଟ ଏବଂ ୟୁରେସିୟାନ୍ ପ୍ଲେଟର କମ୍ପନ ଯୋଗୁଁ ପାକିସ୍ତାନ ଭୂକମ୍ପ ରୂପରେ ସକ୍ରିୟ କ୍ଷେତ୍ରରେ ରହିଛି । ଏହା ଭୂକମ୍ପର ଏକ ଆଶଙ୍କା ବୋଲି କହିଛି ସଂସ୍ଥା ।

Get real time updates directly on you device, subscribe now.